ସତ୍ୟପାଠ 28/12 ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାର ଭରଣ୍ଡା ଥାନା ଅଂଚଳରେ ରହିଥିବା ବିଏସ୍ଏଫ୍ କ୍ୟାମ୍ପ ନିକଟରେ ନକ୍ସଲ ମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ବିଏସ୍ଏଫ୍ କ୍ୟାମ୍ପ ନିକଟରେ ରହିଥିବା ଏକ ପାଣି ଟାଙ୍କିକୁ ଭାଙ୍ଗିବା ସହ ପାଇପଗୁଡିକ ଭଙ୍ଗାରୁଜା କରିଥିଲେ। ସେଠାରେ ପୋଷ୍ଟର, ବ୍ୟାନର ଲଗାଇ ଲୋକଙ୍କୁ ସେଠାରେ ଥିବା ଖଣି ଖାଦାନକୁ ତୁରନ୍ତ ବନ୍ଦ କରାଯାଉ। ନକ୍ସଲଙ୍କ ଦ୍ବାରା ବ୍ୟାନର ପୋଷ୍ଟର ଲଗାଯାଇଥିଲେ ମଧ୍ୟ ଲୋକେ ଏହାକୁ ଖାତିରି ନକରି ଆଜି ସକାଳୁ ପୁଣି ସେଠାରେ କାମ କରୁଥିବା ବେଳେ ପୂର୍ବାହ୍ନ ୧୧ଟା ୨୦ ମିନଟରେ ହଠାତ୍ ବୋମା ବିସ୍ଫୋରଣ ହୋଇଥିଲା, ଯାହାଫଳରେ ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି। ଆହତ ସେଖ ଅସଲମ ଏବଂ ପବନ ପାତ୍ରଙ୍କୁ ନାରାୟଣପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ଏହି ଅଂଚଳରେ ନକ୍ସଲ ନିଜର ସ୍ଥିତିକୁ ଜାହିର କରିଛନ୍ତି ।





