ମିଳିଲାନି ଟିକେଟ୍; ଆତ୍ମହତ୍ୟା କଲେ ସାଂସଦ !

ଭୁବନେଶ୍ୱର,28/3(ସତ୍ୟପାଠ ବ୍ୟୁରୋ) : ତାମିଲନାଡୁ ସାଂସଦ ଏ ଗଣେଶ ମୂର୍ତ୍ତିଙ୍କର ଗୁରୁବାର ସକାଳେ ହୃଦଘାତରେ ମୃତ୍ୟୁ ଘଟିଛି। କିଛି ଦିନ ପୂର୍ବରୁ ସେ କୀଟନାଶକ ସେବନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଲୋକସଭା ନିର୍ବାଚନରେ ଟିକେଟ୍ ନ ମିଳିବାରୁ ସେ ରାଗିଯାଇ ମାର୍ଚ୍ଚ ୨୪ରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ପରିବାର ସଦସ୍ୟଙ୍କ ଦ୍ବାରା ତୁରନ୍ତ ଏକ ଘରୋଇ ହସ୍ପିଟାଲ୍‌ ନିଆଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳ ପ୍ରାୟ ୫ଟା ସମୟରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

Related Posts