ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିହାର ବିଧାନସଭା ନିର୍ବାଚନକୁ ନେଇ ସାରା ଦେଶରେ ଚର୍ଚ୍ଚା ଜର ଧରିଛି । ଏହା ମଧ୍ୟରେ ଭୋଜପୁରୀ ସିନେମାର ସୁପରଷ୍ଟାର ଖେସାରି ଲାଲ ଯାଦବଙ୍କ ବଡ ବୟାନ ଭାଇରାଲ ହେବାରେ ଲାଗିଛି । ତେବେ ଖେସାରିରାଷ୍ଟ୍ରୀୟ ଜନତା ଦଳ ଟିକେଟରେ ବିହାର ନିର୍ବାଚନ ଲଢ଼ୁଛନ୍ତି। ସେ କିଛି ଦିନ ପୂର୍ବରୁ RJDରେ ଯୋଗ ଦେଇଥିବା ବେଳେ ଏବେ ତାଙ୍କ ପ୍ରାର୍ଥୀତ୍ୱ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି।ଛପରାରୁ ନିର୍ବାଚନ ଲଢ଼ିବା ସମ୍ପର୍କରେ ଖେସାରି ଲାଲ ଯାଦବ କହିଛନ୍ତି ଯେ, ମୁଁ କେବେ ରାଜନୀତିରେ ପ୍ରବେଶ କରିବାକୁ ଚାହୁଁ ନଥିଲି।
ଭଗବାନ ମୋତେ ଏଠାକୁ ପଠାଇଛନ୍ତି। ଯଦି ଭବିଷ୍ୟତରେ ଛପରାର ବିକାଶ ପାଇଁ ମୋତେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରତିବାଦ କରିବାକୁ ପଡ଼େ, ତେବେ ମୁଁ ତାହା ମଧ୍ୟ କରିବି। ଯଦି ନିର୍ବାଚନ ଜିତିବା ପରେ ମୁଁ ଛପରାର ବିକାଶ ନକରିପାରିଲି, ତେବେ ମୁଁ ଆଉ କେବେ ନିର୍ବାଚନ ଲଢ଼ିବି ନାହିଁ ବୋଲି କହିଛନ୍ତି ।





