ରାଜ୍ୟରେ ୧୦୦ ପାର କଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା, ଆଉ ନୂଆ ୨୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ, ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାକୁ ଲାଗୁଛି | ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୨୮ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଏହାସହ ରାଜ୍ୟରେ ଶହେ ଟପିଲା ଓମିକ୍ରନ ଆକ୍ରାନ୍ତ ସଂଖ୍ୟା । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ, ଡିସେମ୍ବର ୨୧ରେ ପ୍ରଥମେ ୨ ଆକ୍ରାନ୍ତ ରାଜ୍ୟରେ ଚିହ୍ନଟ ହୋଇଥିଲେ । ଡିସେମ୍ବର ୨୩ରେ ଆଉ ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଡେସେମ୍ବର ୨୬ରେ ଏଥିରେ ସାମାନ୍ୟ ବୃଦ୍ଧି ହୋଇ ୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ଡିସେମ୍ବର ୨୯ରେ ଜଣେ, ଡିସେମ୍ବର ୩୦ରେ ୫, ଜାନୁଆରୀ ୨ରେ ୨୩, ଜାନୁଆରୀ ୫ତାରିଖରେ ୨୪, ଜାନୁଆରୀ ୮ତାରିଖରେ ୧୪ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୨୮ଜଣ ପଜିଟିଭ୍ ଚିହ୍ନ ହୋଇଛନ୍ତି । ଯାହା ରାଜ୍ୟସରକାରଙ୍କ ଚିନ୍ତା ବଢାଇଦେଇଛି ।

ସେପଟେ ରାଜ୍ୟରେ ଓମିକ୍ରନ୍ ସଂକ୍ରମଣ ଉପରମୁହାଁ ହେଉଥିବା ବେଳେ ସାମ୍ନାକୁ ଆସିଛି ଆଶ୍ୱସ୍ତିକର ଖବର । ୮ଜଣ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନାରୁ ଜଣାପଡିଛି । ତେବେ ଏନେଇ ସୂଚନା ଦେଇଛନ୍ତି ଆଇଏଲଏସ୍ |

Related Posts