ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ମୁର୍ମୁଙ୍କ ଅମ୍ବାଲା ଗସ୍ତ। ତେବେ ଅମ୍ବାଲା ବାୟୁସେନା ଷ୍ଟେସନରୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିବେ। ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ମୁର୍ମୁ ୮ ଏପ୍ରିଲ୍ ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ଏକ ସୁଖୋଇ-୩୦ ଯୁଦ୍ଧ ବିମାନରେ ଉଡ଼ାର ଭରିଥିଲେ। ସେପଟେ ରାଷ୍ଟ୍ରପତି ଭବନ ମଙ୍ଗଳବାର ଏକ ବିବୃତିରେ କହିଛି ଯେ ରାଷ୍ଟ୍ରପତି ମୁର୍ମୁ ବୁଧବାର ଅମ୍ବାଲା ଗସ୍ତ କରିବେ, ଯେଉଁଠାରେ ସେ ଏକ ରାଫେଲରେ ଉଡ଼ାଣ ଭରିବେ।
ଫରାସୀ ମହାକାଶ କମ୍ପାନୀ ଡାସଲ୍ଟ ଆଭିଏସନ୍ ଦ୍ୱାରା ନିର୍ମିତ, ରାଫେଲ ଲଢ଼ୁଆ ବିମାନକୁ ସେପ୍ଟେମ୍ବର ୨୦୨୦ରେ ଅମ୍ବାଲାର ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା।ଭାରତ ସିନ୍ଦୂର ଅପରେସନ ସମୟରେ ରାଫେଲ ଲଢ଼ୁଆ ବିମାନ ବ୍ୟବହାର କରିଥିଲା।





