ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ବିହାର ବିଧାନସଭା ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି ବିଭିନ୍ନ ରାଜନୀତିକ ଦଳମାନେ ପରସ୍ପରକୁ ନେଇ ସେତିକି ବୟାନ ବାଜି କରୁଛନ୍ତି । ଏହା ମଧ୍ୟରେ ଜନଶକ୍ତି ଜନତା ଦଳ ମୁଖ୍ୟ ତେଜ ପ୍ରତାପ ଯାଦବ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ବଡ ବୟାନ ଦେଇଛନ୍ତି। ତେବେ ତେଜ ପ୍ରତାପ ଯାଦବ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ରାହୁଲ ରାଜନେତା ବଦଳରେ ଜଣେ ରୋଷେୟା ହେବା ଉଚିତ। ରାହୁଲ ଗାନ୍ଧୀ ଗତକାଲି ବିହାରର ବେଗୁସରାୟ ଯାଇ ଅଞ୍ଚଳର ଧୀବରଙ୍କ ସହ କଥା ହୋଇଥିଲେ ଏବଂ ମାଛ ଧରିବାପାଇଁ ଏକ ପୋଖରୀରେ ପଶିଥିଲେ। ଏନେଇ ତେଜପ୍ରତାପ କହିଛନ୍ତି, ରାହୁଲ ଗାନ୍ଧୀଙ୍କ କାମ ହେଉଛି ମୋଟରସାଇକେଲ୍ ଚଳାଇବା ଏବଂ ପ୍ରଦୂଷଣ ବଢ଼ାଇବା।
ସେ ତାଙ୍କର ସାରା ଜୀବନ ମାଛ ଧରିବାରେ କଟାଇଦେବେ। ଦେଶ ଅନ୍ଧାର ମଧ୍ୟକୁ ଠେଲି ହୋଇଯିବ। ସେ ମିଠା ତିଆରି କରୁଛନ୍ତି, ମାଛ ଧରୁଛନ୍ତି। ସେ ଜଣେ ରୋଷେୟା ହେବା ଉଚିତ। ସେ ଜଣେ ରାଜନେତା କାହିଁକି ହୋଇଛନ୍ତି ବୋଲି ତେଜପ୍ରତାପ ପ୍ରଶ୍ନ କରିଛନ୍ତି। ପୂର୍ବରୁ ବିଜେପି ସାଂସଦ ରବି କିଷାନ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଉକ୍ତ ପ୍ରସଙ୍ଗରେ କଟାକ୍ଷ କରି କହିଥିଲେ ଯେ ସେ ଯେତିକି ମାଛ ଧରିବେ ତା’ଠାରୁ ଆହୁରି କମ୍ ଭୋଟ ପାଇବେ ବୋଲି କହିଛନ୍ତି।





