ଲୁଧିଆନା କୋର୍ଟ ବିସ୍ଫୋରଣ ଘଟଣା:ପାକିସ୍ତାନ ଗ୍ୟାଙ୍ଗଷ୍ଟରଙ୍କୁ ଆକ୍ରମଣ ପାଇଁ ନିୟୋଜିତ କରୁଥିବା ସନ୍ଦେହ କଲା ଗୁଇନ୍ଦା ଏଜେନ୍ସି

ଲୁଧିଆନା କୋର୍ଟରେ ବିସ୍ଫୋରଣ ଘଟଣାକୁ ନେଇ। ଏଥିରେ ପାକିସ୍ତାନ ର ହାତ ଥିବା ଗୁଇନ୍ଦା ଏଜେନ୍ସିମାନେ ସନ୍ଦେହ କରୁଛନ୍ତି । ଯେ ପଞ୍ଜାବର ସ୍ଥାନୀୟ ଗ୍ୟାଙ୍ଗଷ୍ଟର ଏବଂ ସେମାନଙ୍କ ଜେଲ୍ ନେଟୱର୍କ ସହାୟତାରେ ଏକ ନୂତନ ପାକିସ୍ତାନୀ ଆତଙ୍କବାଦୀ ମଡ୍ୟୁଲ୍ ଦ୍ୱାରା କରାଯାଇଛି। ଏହି ଶକ୍ତିଶାଳୀ ବିସ୍ଫୋରଣରେ ଆରଡିଏକ୍ସ ବ୍ୟବହାର ଏବଂ ପାକିସ୍ତାନୀ ଆତଙ୍କବାଦୀ ମଡ୍ୟୁଲର ସମ୍ପୃକ୍ତି ସନ୍ଦେହକୁ ଦୃଷ୍ଟିରେ ରଖି ଜାତୀୟ ତଦନ୍ତ ସଂସ୍ଥା (ଏନଆଇଏ) ଖୁବ୍ ଶୀଘ୍ର ଏହି ମାମଲାର ତଦନ୍ତ ଦାୟିତ୍ବ ଗ୍ରହଣ କରିପାରେ। ଏଥିପାଇଁ ପଞ୍ଜାବ ସରକାର ଅନୁରୋଧ କରିପାରନ୍ତି କିମ୍ବା ଏନଆଇଏ ମଧ୍ୟ ଗୃହ ମନ୍ତ୍ରଣାଳୟକୁ ତଦନ୍ତ ଦାୟିତ୍ବ ହାତକୁ ନେବାକୁ ପ୍ରସ୍ତାବ ଦେଇପାରେ ବୋଲି ଆଶା କରାଯାଉଛି।

ବିସ୍ପୋରଣ ର ବିଶ୍ଳେଷଣ କରିବ । କେନ୍ଦ୍ରୀୟ ଗୂଇନ୍ଦା ସଂସ୍ଥାଗୁଡ଼ିକ ସନ୍ଦେହ କରୁଛନ୍ତି ଯେ ପାକିସ୍ତାନୀ ମଡ୍ୟୁଲ ଆହୁରି ଅଧିକ ଆକ୍ରମଣ ଯୋଜନା କରିଥାଇପାରେ। ଆତଙ୍କବାଦ ବିରୋଧୀ କାର୍ଯ୍ୟରେ ଜଡିତ ବରିଷ୍ଠ ଅଧିକାରୀମାନଙ୍କ କହିବା ଅନୁଯାୟୀ ପାକିସ୍ତାନ ଏପରି ଆକ୍ରମଣ ଘଟାଇବା ପାଇଁ ନିକଟରେ ବିଭିନ୍ନ ସ୍ଥାନ ତଥା ଦେଶରୁ ପାକିସ୍ତାନକୁ ଅଣାଯାଇଥିବା ଗ୍ୟାଙ୍ଗଷ୍ଟରମାନଙ୍କୁ ନେଇ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ସ୍ଥାନୀୟ ଗ୍ୟାଙ୍ଗଷ୍ଟର କିମ୍ବା ଅପରାଧୀ ଏବଂ ପଞ୍ଜାବରେ ଥିବା ସେମାନଙ୍କ ଜେଲ୍ ନେଟୱାର୍କ ସାହାଯ୍ୟରେ ଲୁଧିଆନା ବିସ୍ଫୋରଣ ଘଟାଯାଇଥିବା ଗୁଇନ୍ଦା ଏଜେନ୍ସିମାନେ ସନ୍ଦେହ କରୁଛନ୍ତି ।

Related Posts