ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ବାହାରେ ହାଇଡ୍ରାମା: ମୋତେ ଟିକେଟ ଦେଲେନି, ମୁଁ ଆତ୍ମହତ୍ୟା କରିବି !

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ବୁଗୁଲ ବାଜିବା ପର ଠୁ ଯେପରି ରାଜନୀତି ମାହୋଲ୍ ସରଗରମ ରହୁଛି । ପ୍ରତେକ ଦିନ ଗୋଟିଏ ଗୋଟିଏ ଘଟଣା ନିର୍ବାଚନୀ ମାହୋଳର ଉଷ୍ମତାକୁ ବଢେଇ ଦଉଛି ।

ନିର୍ବାଚନ ତାରିଖ ଘୋଷଣା ପରେ ଟିକେଟକୁ ନେଇ ଏବେ ବିବାଦ ଲାଗି ରହିଛି । ଏହାରି ମଧ୍ୟ ଏକ ଖବର ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ଆଲିଗଡରୁ । ଏଠାରେ ଆଦିତ୍ୟ ଠାକୁର ନାମକ ଜଣେ ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ ନମିଳିବାରୁ ସେ ସମାଜବାଦୀ ପାର୍ଟି କାର୍ଯ୍ୟାଳୟ ବାହାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

ସପାର ଆଶାୟୀ ପ୍ରାର୍ଥୀ ଆଦିତ୍ୟ ଠାକୁରଙ୍କୁ ଛରୋରୁ ଟିକେଟ ନମିଳିବାରୁ ସେ ରାଗିଯାଇଥିଲେ । ଏଥିପାଇଁ ସମାଜବାଦୀ ପାର୍ଟି ଅଫିସ ବାହାରକୁ ଆସି ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ହେଲେ ଠିକ୍ ସମୟରେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା । ଆଉ ବୁଝାସୁଝା କରିଥିଲେ ।

ବର୍ତ୍ତମାନ ଉତ୍ତର ପ୍ରଦେଶରେ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ମୁଲାୟମ ସିଂଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ମିଶିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେ ଉତ୍ତର ପ୍ରଦେଶର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।

Related Posts