ସର୍ବସମ୍ମୁଖକୁ ଆସିଲେ ଦୌଡ଼ରାଣୀ ଦୂତୀ ଓ ତାଙ୍କ ପାର୍ଟନର : କାଦମ୍ବିନୀର କଭର ପେଜ୍ ପାଇଁ କଲେ ଫଟୋ ସୁଟ୍

ଅନ୍ତର୍ଜାତୀୟ ଧାବିକା ତଥା ଅଲିମ୍ପିଆନ ଦୂତୀ ଚାନ୍ଦ ପ୍ରଥମଥର ପାଇଁ ନିଜ ପାର୍ଟନରଙ୍କ ସହ ସାମ୍ନାକୁ ଆସିଛନ୍ତି । ଏକ ପତ୍ରିକାର ଫଟୋ ସୁଟ୍ ରେ ଉଭୟ ନଜର ଆସିଛନ୍ତି | ରାଜ୍ୟର ଏକ ପ୍ରତିଷ୍ଠିତ ପାରିବାରିକ ପତ୍ରିକା କାଦମ୍ବିନୀ | ଅତି ଅନ୍ତରଙ୍ଗ ଭାବେ ଦୁହିଁଙ୍କ ଫଟୋସୁଟ୍ କରାଯାଇଛି ।

ଏହି ଅବସରରେ ଦୁହିଁଙ୍କ ସଂପର୍କ ବାବଦରେ ଅଧିକ ଆଲୋଚନା କରିଛନ୍ତି କାଦମ୍ବିନୀର ସଂପାଦିକା ଇତି ସାମନ୍ତ । ୨୦୧୭ରେ ଦୂତିଙ୍କ ଗାଁରେ ଖୁଦୁରୁକୁଣୀ ପୂଜାବେଳେ ମୋନାଲିସାଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ଏହାପରେ ଦୁହେଁ ଦୁହିଁଙ୍କୁ ସାଥୀ ଭାବେ ବାଛି ନେଇଥିଲେ ।

ଦୂତୀ ତାଙ୍କୁ ଉପହାର ଦିଅନ୍ତି ଏବଂ ଉଭୟେ ଏକାଠି ଭାଲେଂଟାଇନ୍ସ ଡେ ପାଳନ କରନ୍ତି ବୋଲି ଖୋଲାଖୋଲି ସ୍ୱୀକାର କରିଛନ୍ତି । ଏବେ ଏକାଠି ରହୁଥିବାବେଳେ ଆଗକୁ ମଧ୍ୟ ମୋନାଲିସାଙ୍କ ସହ ଏକାଠି ରହିବେ ବୋଲି କହିଛନ୍ତି ଦଉଡରାଣୀ ଦୂତୀ ଚାନ୍ଦ । ପାର୍ଟନରଙ୍କୁ ନେଇ ପୂର୍ବରୁ ଚର୍ଚ୍ଚା ହୋଇଆସୁଥିଲେ ମଧ୍ୟ କେବେ ମୁହଁ ଖୋଲି ନଥିଲେ ଦୂତୀ । ହେଲେ ପ୍ରଥମଥର ପାଇଁ ସର୍ବ ସମ୍ମୁଖକୁ ଆସିଛନ୍ତି ଓ ମୋନାଲିସାଙ୍କ ସହ ସଂପର୍କକୁ ସ୍ୱୀକାର ବି କରିଛନ୍ତି । ତେବେ ଆଗକୁ କାଦମ୍ବିନୀରେ ଦୁଇଜଣଙ୍କ କଭର ଫଟୋ ସହ ପ୍ରେମ କାହାଣୀ ସାମ୍ନାକୁ ଆସିବାକୁ ଯାଉଛି |

Related Posts