ସାଙ୍ଗମାନଙ୍କ ଶୋଇବା ହେଲା କାଳ ,ଚିରନିଦ୍ରାରେ ଏବେ ପ୍ରଳୟ

ସତ୍ୟପାଠ 22/12 ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କରଣପଲ୍ଲୀ ପଞ୍ଚାୟତ ନାଳିଛକ ନିକଟରେ ଥିବା ଚିଙ୍ଗୁଡି ଫାର୍ମ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ବାଂଶଡ଼ା ଥାନା କରଣପଲ୍ଲୀ ପଞ୍ଚାୟତର ସୁଦର୍ଶନ ମଣ୍ଡଳଙ୍କ ପୁଅ ପ୍ରଳୟ ମଣ୍ଡଳ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ପ୍ରଳୟ ତାର ସାଙ୍ଗମାନଙ୍କ ସହ ଘରେ ଶୋଇଥିଲେ । ହେଲେ ଆଶ୍ଚର୍ଯ୍ୟର କଥା ସକାଳୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ଯାହାକୁ ନେଇ ଚିନ୍ତାରେ ପଡିଯାଇଥିଲେ ପରିବାର ଲୋକ ଓ ପ୍ରିୟଜନ । ପୁରା ପରିବାର ନିଖୋଜ ପୁଅକୁ ଖୋଜାଖୋଜି ଆରମ୍ଭ କରିଥିଲେ । କିନ୍ତୁ କୌଣସି ପତ୍ତା ମିଳିନଥିଲା । ଶେଷରେ ୨୪ ଘଣ୍ଟା ପରେ ତାଙ୍କର ମୃତଦେହ ଏକ ଚିଙ୍ଗୁଡି ଫାର୍ମର ଏକ ପଲ୍ଲା ଘରୁ ଠାବ ହୋଇଥିଲା । ଏନେଇ ପରିବାର ଲୋକେ ବାଂଶଡ଼ା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Related Posts