ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲେସୋନମ ୱାଙ୍ଗଚୁକଙ୍କ ପତ୍ନୀ, ବ୍ୟକ୍ତିଗତ ସ୍ୱାଧୀନତା ଓ କେଉଁଠିକୁ ଯିବା ଆସିବାର ସ୍ୱାଧୀନତାକୁ ନେଇ କଲେ ପ୍ରଶ୍ନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହେଲେସୋନମ ୱାଙ୍ଗଚୁକଙ୍କ ପତ୍ନୀ । ବ୍ୟକ୍ତିଗତ ସ୍ୱାଧୀନତା ଓ କେଉଁଠିକୁ ଯିବା ଆସିବାର ସ୍ୱାଧୀନତାକୁ ନେଇ କଲେ ପ୍ରଶ୍ନ । ତେବେ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ ଅନୁସାରେ ନଜରବନ୍ଦୀ କରି ରଖାଯାଇ ଥିବା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କର ପତ୍ନୀ ଗୀତାଞ୍ଜଳି ଅଙ୍ଗମୋ ରାଜ୍ୟ ଓ କେନ୍ଦ୍ରର ଏଜେନ୍ସି ଗୁଡ଼ିକ ଉପରେ ମୌଳିକ ଅଧିକାର ଉଲ୍ଲଂଘନ କରିବା ଅଭିଯୋଗ କରିଛନ୍ତି। ସୁପ୍ରିମକୋର୍ଟରେ କରାଯାଇ ଥିବା ଅଭିଯୋଗରେ ଗୀତାଞ୍ଜଳି କହିଛନ୍ତି ଯେ, ଯେବେ ସେ ଯୋଧପୁର ଜେଲ୍‌ରେ ବନ୍ଦୀ ଥିବା ତାଙ୍କର ସ୍ୱାମୀଙ୍କୁ ଭେଟିବାକୁ ଯାଉଥିଲେ, ସେତେବେଳେ ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ରାଜସ୍ଥାନ ପୁଲିସର ଲୋକ ତାଙ୍କର ପିଛା କରିଥିଲେ ଏବଂ ସ୍ୱାମୀଙ୍କୁ ଭେଟିବା ବେଳେ ତାଙ୍କ ଉପରେ କଡ଼ା ନଜର ରଖାଯାଇ ଥିଲା।

ଏହା ସହ ରୁଜୁ କରାଯାଇ ଏଫଆଇଆରରେ ସେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ଓ ତାଙ୍କର ଏଜେନ୍ସିମାନେ ତାଙ୍କର ପ୍ରତି ପଦକ୍ଷେପ ଉପରେ ନଜର ରଖି ଥିଲେ, ହସ୍ତକ୍ଷେପ କରିଥିଲେ ଏବଂ ଏମିତି କି ତାଙ୍କୁ ଝରକାରେ ପରଦା ଲଗେଇ ଗାଡ଼ିରେ ନେଇଗଲେ। ସେ କୋର୍ଟଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଏନଏସଏ ଅନୁସାରେ ପ୍ରତିବନ୍ଧିତ ବ୍ୟକ୍ତିଙ୍କ ପରିବାରର ସଦସ୍ୟଙ୍କ ବ୍ୟକ୍ତିଗତ ସ୍ୱାଧୀନତା ଓ କେଉଁଠିକୁ ଯିବା ଆସିବାର ସ୍ୱାଧୀନତାର ଅଧିକାର ବନ୍ଦ ହୋଇଯାଏ କି ?ଗୀତଞ୍ଜାଳି ସୁପ୍ରିମକୋର୍ଟଙ୍କୁ ବିସ୍ତୃତ ଭାବେ କହିଛନ୍ତି ଯେ , କେମିତି ଇଣ୍ଟେଲିଜେନ୍ସ ବ୍ୟୁରୋର ଅଧିକାରୀମାନେ ଓ ରାଜସ୍ଥାନ ପୁଲିସର ଅଧିକାରୀମାନେ ୭ ଅକ୍ଟୋବର ଓ ୧୧ ଅକ୍ଟୋବରରେ ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ରେ ତାଙ୍କ ସ୍ୱାମୀଙ୍କୁ ଭେଟିବା ବେଳେ ତାଙ୍କୁ ବିମାନ ବନ୍ଦରରେ ଓହ୍ଲାଇବା କ୍ଷଣି ରୋକି ନେଇଥିଲେ। ସେ ଏକ ଅଭିଯୋଗପତ୍ର ଦାଏର କରି ଅଭିଯୋଗ କରିଛନ୍ତି ଯେ ଉଭୟ ଯାତ୍ରା ବେଳେ ଏଜେନ୍ସିଙ୍କ ଆଚରଣରେ ଭାରତର ଜଣେ ସ୍ୱତନ୍ତ୍ର ନାଗରିକ ଭାବେ ତାଙ୍କର ବ୍ୟକ୍ତିଗତ ସ୍ୱାଧୀନତା ଓ ମୌଳିକ ଅଧିକାରୀ ପ୍ରଭାବିତ ହୋଇଛି।

ସେ କୋର୍ଟଙ୍କୁ କହିଛନ୍ତି, ଯେମିତି ହିଁ ମୁଁ ପ୍ଲେନ୍‌ରୁ ଓହ୍ଲାଇଲି ଏବଂ ଯୋଧପୁର ବିମାନ ବନ୍ଦରରୁ ବାହାରକୁ ଆସିଲି, ତୁରନ୍ତ ମୋ ପାଖରୁ ଆଇବି ଓ ରାଜସ୍ଥାନ ପୁଲିସ ଅଧିକାରୀ ଆସିଥିଲେ ଏବଂ ମୋତେ ତାଙ୍କର କାର୍‌ରେ ବସିବାକୁ କହିଲେ, ଯାହାର ୱିଣ୍ଡୋ ଗୁଡ଼ିକରେ ଧଳା ରଙ୍ଗର ପରଦା ଲାଗିଥିଲା,ଯାହାକୁ ବାହାରକୁ କିଥି ଦେଖାଯିବ ନାହିଁ।

ସେମାନେ ମୋତେ ସାକ୍ଷାତ୍‌ ପାଇଁ ଜେଲ୍‌ ନେଇଗଲେ। ଏହି ଅଧିକାରୀମାନେ ମୋତେ ଜେଲ୍‌ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ନେଲେ ଏବଂ ସଂପୂର୍ଣ୍ଣ ସାକ୍ଷାତ୍‌ ସମୟ ସେମାନେ ମୋ ସହ ଉପସ୍ଥିତ ଥିଲେ। ପ୍ରତି ସାକ୍ଷାତ୍‌ ପୂର୍ବରୁ, ସେ ମୋତେ ମୋର ଯାତ୍ରାର ବିବରଣୀ ଓ ଯୋଧପୁରରେ ମୋର ରହଣୀର ସମୟ ପଚାରି ଥିଲେ। ସେପଟେ ସୋନମ ୱାଙ୍ଗଚୁକ୍‌ଙ୍କୁ ଗତ ସେପ୍ଟେମ୍ୱରରେ ଲେହରେ ହୋଇଥିବା ହିଂସାତ୍ମକ ବିରୋଧ ପ୍ରଦର୍ଶନ ପରେ ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ, ୧୯୮୦ ଅନୁସାରେ ୨୬ ସେପ୍ଟେମ୍ୱରେ ହେପାଜତକୁ ନିଆଯାଇ ଥିଲା। ଏହାପରେ ତାଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା।

Related Posts