କରୋନା କୁ ମାତ ଦେବା ପାଇଁ ସଂଜୀବନୀ ପାଲଟିଥିବା କରୋନା ଟୀକାକରଣ ବ୍ୟବସ୍ଥା ଜୋର ସୋର ରେ ଚାଲିଥିବା ବେଳେ,ଏବେ ଦେଶରେ ଓମିକ୍ରନ ଓ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ବୁଷ୍ଟର ଡୋଜ ଦେବା ନେଇ ଘୋଷଣା କରିଛନ୍ତି | ଆଗାମୀ ୧୦ ତାରିଖରୁ ବୟସ୍କ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ବୁଷ୍ଚର ଡୋଜ ଆରମ୍ଭ ହେବ । ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି | ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଟିକା କରଣ ଓ ସର୍ଭିଲାନ୍ସ ଜାରି ରହିଛି । ଆଇସିୟୁ ବେଡ୍ ବଢାଇବା ପାଇଁ ବ୍ୟବସ୍ଥା କରାଯାଇଛି ।
ଖୋର୍ଦ୍ଧା , ସୁନ୍ଦରଗଡ , ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି । ତେବେ ଟୀକା କରଣ ସହ ସଚେତନ ରହିବା, ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତା ରଖନ୍ତୁ , କୌଣସି ସ୍ଥାନରେ ଭିଡ କରନ୍ତୁ ନାହିଁ ବୋଲି କହିଛନ୍ତି ।





