୩ % ବଢିଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗାଭତ୍ତା

ସତ୍ୟପାଠ 03/01 ଭୁବନେଶ୍ୱର: ସରକାରୀ କର୍ମଚାରୀମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ନୂଆବର୍ଷ ଭେଟି । ସଂଶୋଧିତ ଦରମାହାର ନିୟମାବଳୀ ୨୦୧୭ରେ ଦରମାପାଉଥିବା ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୩ % ବୃଦ୍ଧି କରାଯାଇଛି । ଫଳରେ ଏହା ୨୮ %ରୁ ବୃଦ୍ଧି ପାଇ ୩୧ %ରେ ପହଞ୍ଚିଛି । ଏହା ଜୁଲାଇ ୧,୨୦୨୧ରୁ ଲାଗୁ ହେବ । ଓଡ଼ିଶା ସରକାରଙ୍କ ପାଇଁ କାମ କରୁଥିବା ସର୍ବ ଭାରତୀୟ ସେବାର ଅଧିକାରୀମାନେ ବି ଏହି ମହଙ୍ଗା ଭତ୍ତା ବୃଦ୍ଧିର ଲାଭ ଉଠାଇପାରିବେ । ତେବେ ଏଥିପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅଲଗାଭାବେ ଏକ ବିଜ୍ଞପ୍ତି ଜାରି ହେବ । ସେହିପରି ସଂପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କ ପାଇଁ ଏହା ଲାଗୁ ହେବ । ସେହିପରି ବିଶ୍ୱବିଦ୍ୟାଳୟର ଅଣ-ଟିଚିଂ କର୍ମଚାରୀମାନେ, ଯେଉଁମାନେ ନିୟମିତ ହାରରେ ଦରମା ପାଉଥିବେ ସେମାନଙ୍କ ପାଇଁ ବି ଏହା ଲାଗୁ ହେବ । ଜୁଲାଇ ୨୦୨୧ରୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ମିଳିବାକୁ ଥିବା ଅତିରିକ୍ତ ମହଙ୍ଗା ଭତ୍ତା ନଗଦ ଟଙ୍କା ଆକାରରେ ଜାନୁଆରି ମାସରେ ମିଳିବା ନେଇ ନିଷ୍ପତି ହୋଇଛି।

Related Posts