ବିପଦ ସଙ୍କୁଳ ଅବସ୍ଥାରେ ୫୫ ନମ୍ବର ଜାତୀୟ ରାଜପଥ । ତେବେ ଅନେକ ଦିନ ଧରି ମରାମତି କରିବା ନେଇ ଦାବି ହୋଇ ଆସୁଥିବା ବେଳେ କିନ୍ତୁ ଫଳଶୁନ୍ୟ । ତେବେ ଏନେଇ ଆଜି ଭୁବନେଶ୍ୱରରୁ ସମ୍ବଲପୁରକୁ ବସ୍ ଚଳାଚଳ ବନ୍ଦ ରହିଛି। ବିଶେଷ କରି କଟକ- ଭୁବନେଶ୍ୱରରୁ ଢେଙ୍କାନାଳ, ଅନୁଗୁଳ, ତାଳଚେର, ରେଢ଼ାଖୋଲ ଓ ସମ୍ବଲପୁରକୁ ବସ୍ ଚଳାଚଳ ବନ୍ଦ ରହିଥିବା ଜଣାଯାଇଛି। ସକାଳ ୬ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ୧୮ ଘଣ୍ଟା ଯାଏଁ ବସ୍ ଚଳାଚଳ ବନ୍ଦ ରହିଛି।
କଟକର ଘରୋଇ ବସ୍ ମାଲିକ ତଥା ଘରୋଇ ବସ୍ ମାଲିକ ସଂଘର ସଂପାଦକ ଅଜୟ ବାରିକ କହିଛନ୍ତି, ଦୀର୍ଘ ଦିନ ହେଲା ୫୫ ନମ୍ବର ଜାତୀୟ ରାଜପଥର ମରାମତି ଦାବି କରାଯାଉଛି। ଏନେଇ ସରକାରଙ୍କୁ ଅନୁରୋଧ କରାଯାଇଛି। ପତ୍ର ବି ଲେଖାଯାଇଛି। ମାତ୍ର ରାସ୍ତାର ଉପଯୁକ୍ତ ମରାମତି ହେଉନାହିଁ। ଧୀର ମନ୍ଥର ଗତିରେ କାମ ଚାଲିଛି। ଏଣୁ ଏହି ବାଟଦେଇ ଯାତାୟତ କରୁଥିବା କୌଣସି ବସ୍ ଠିକ୍ ସମୟରେ ପହଞ୍ଚି ପାରୁନାହାନ୍ତି। ଏପରିକି ଗାଡ଼ିଗୁଡ଼ିକର ଟାୟାର କାଚ ଆଦି ଖରାପ ହୋଇଯାଉଛି। ଏଥିଲାଗି ବସ୍ ଚଳାଚଳରେ ଅସୁବିଧା ହେଉଛି। ଏଣୁ ବନ୍ଦ ଡାକରା ଦେଇଛି ଘରୋଇ ବସ୍ ମାଲିକ ସଂଘ।
ତେବେ ସରକାର ଯଦି ଶୀଘ୍ରରାସ୍ତାମରାମତି ନ କରିବେ ତେବେ ଆଗାମି ଜାନୁଆରି ୧ ତାରିଖରୁ ଅନିର୍ଦ୍ଧିଷ୍ଟ ସମୟ ଯାଏଁ ବସ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।





