ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଉତ୍ତରକୁ ଯିବା କଥା ହେଲେ ଆମ୍ବୁଲାନ୍ସ ଗଲା ଦକ୍ଷିଣ କୁ, ଆମେ କହୁଛୁ ଏକ ୧୦୮ ଆମ୍ବୁଲାନ୍ସ ଡ଼୍ରାଇଭରଙ୍କ ଖାମଖିଆଲି ମନୋଭାବ କଥା। ରୋଗୀଙ୍କୁ ଡାକ୍ତରଖାନା ନେଉଥିବା ଆମ୍ବୁଲାନ୍ସ ଡ଼୍ରାଇଭର ଯେ କେତେ ଖାମଖିଆଲି ହୋଇପାରନ୍ତି ତାହା ଏଇ ଘଟଣାରୁ ସ୍ପଷ୍ଟ ହୋଇଛି। ଜଣେ ଗୁରୁତର ରୋଗି ଙ୍କୁ ବାରିପଦା ମେଡିକାଲ କଲେଜ କୁ ନେବା ବଦଳରେ ଆମ୍ବୁଲାନ୍ସ ନେଇଗଲା ବାଙ୍ଗିରିପୋଷି । ପୁଣି ଅଧା ବାଟରୁ ଫେରି ମେଡିକାଲ କଲେଜକୁ ଆସିଲେ ରୋଗୀ । ଆଉ ଏ ଖବର ଜାଣିବା ପରେ ରୋଗି ସମ୍ପର୍କୀୟଙ୍କ ମଧ୍ୟ ରେ ଉତ୍ତେଜନା ଦେଖାଦେଇଛି।
ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଅନ୍ତର୍ଗତ କାଠଶିରିଶି ଗାଁ ରେ, ଶନିବାର ରାତିରେ ଗାଁ ର ଜଣେ ମହିଳା ଅସୁସ୍ଥ ହେବାରୁ ସମ୍ପର୍କୀୟ ମାନେ ତାଙ୍କୁ କୁଳିଅଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ , ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବାରିପଦା ମେଡିକାଲ କଲେଜ କୁ ରେଫର କରିଥିଲେ ।ଏ ନେଇ ରୋଗୀଙ୍କ ସମ୍ପର୍କୀୟ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ଆଉ ୧୦୮ ଆମ୍ବୁଲାନ୍ସ ରୋଗି ଏବଂ ସମ୍ପର୍କୀୟଙ୍କୁ ନେଇ କିନ୍ତୁ ବାରିପଦା ପରିବର୍ତ୍ତେ ଓଲୋଟା ରାସ୍ତା ରେ କୁଳିଅଣାରୁ ବାଙ୍ଗିରିପୋଷି ଅଭିମୁଖେ ନେଇ ଯାଇଥିଲେ।
ଅଧା ବାଟରୁ ପୁଣି ଆମ୍ବୁଲାନ୍ସ କମଚାରୀ ସେମାନଙ୍କୁ ଧରି ବାରିପଦା ମେଡିକାଲ କଲେଜ ରେ ପହଞ୍ଚି ଥିଲେ।
ଅନ୍ୟପଟେ ଆଉ କିଛି ରୋଗି ସମ୍ପର୍କୀୟ ମେଡିକାଲ କଲେଜ ରେ ପହଞ୍ଚି ଆମ୍ବୁଲାନ୍ସ ଆସି ନ ଥିବାରୁ ଚିନ୍ତା ପ୍ରକଟ କରିଥିଲେ । ହେଲେ ଦିର୍ଘ ସମୟ ବିଳମ୍ବରେ ରୋଗୀ ଆସି ପହଞ୍ଚିବା ପରେ ଆମ୍ବୁଲାନ୍ସ ବାରିପଦା ବଦଳରେ ବାଙ୍ଗିରିପୋଷି ଯାଇଥିବା ଜାଣି ଡ୍ରାଇଭରଙ୍କ ସହ ପାଟିତୁଣ୍ଡ କରିଥିଲେ।
ତେବେ ଡିୟୁଟି ରେ ଥିବା ଆମ୍ବୁଲାନ୍ସ ଡ଼୍ରାଇଭର କହିଛନ୍ତି ଯେ, ସେମାନଙ୍କ ଡିୟୁଟି ସମୟ ସରି ଯାଇଥିଲା ସେଥିପାଇଁ ଗାଡ଼ି ରେ ଥିବା ରୋଗି ସମ୍ପର୍କୀୟଙ୍କୁ ପଚାରି ସେମାନେ ବାଙ୍ଗିରିପୋଷି ଆଡ଼କୁ ଯାଇଥିଲେ ଅଧା ବାଟରେ ଡ଼ାଇଭର ଡିୟୁଟି ସରିଥିବା ସହକର୍ମୀ ଙ୍କୁ ଓହ୍ଲାଇ ପୁଣି ବାରିପଦା ଆସିଥିଲେ ।
ତେବେ କୁଳିଅଣା ଡାକ୍ତରଖାନାରୁ ବାଙ୍ଗିରିପୋଷି ପୁଣି ବାଙ୍ଗିରିପୋଷିରୁ ବାରିପଦା ମଧ୍ୟରେ କିଛି ସମୟ ଲାଗିଥିବା ବେଳେ ମହିଳା ଜଣଙ୍କ ଗୁରୁତର ଭାବେ ମେଡିକାଲ କଲେଜ ରେ ଭର୍ତ୍ତି ହୋଇଛନ୍ତି। ଆମ୍ବୁଲାନ୍ସ ଡ଼୍ରାଇଭର ଙ୍କ ଏ ଭଳି ଖାମଖିଆଲି ମନୋଭାବ କେତେ ଯୁକ୍ତି ଯୁକ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।





