ବିଜେପି ଛାଡ଼ି ଏସପିରେ ମିଶିଥିବା ଦାରା ସିଂହଙ୍କୁ ଘୋସୀରୁ ମିଳିଲା ଟିକେଟ; ଦ୍ୱିତୀୟ ପର୍ଯ୍ୟାୟରେ ୫୬ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା ଏସପି

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ଦ୍ୱିତୀୟ ପର୍ଯ୍ୟାୟରେ ୫୬ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ଯେଉଁଥିରେ କିଛି ଦିନ ପୂର୍ବରୁ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ମିଶିଥିବା ଦାରା ସିଂହଙ୍କୁ ଘୋସୀରୁ ଟିକେଟ ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ଉତ୍ତରପ୍ରଦେଶ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେହିପରି ସମାଜବାଦୀ ପାର୍ଟି ବାଲିଆର ସିକନ୍ଦରପୁର ବିଧାନସଭା ଆସନରୁ ଜିଆଉଦ୍ଦିନ ରିଜଭି ଏବଂ ଫେଫନାରୁ ସାଙ୍ଗରାମ ସିଂଙ୍କୁ ଟିକେଟ ଦେଇଛନ୍ତି। ବାବା ଦୁବେଙ୍କୁ ଜୈନପୁରର ବଦଲାପୁର ସିଟରୁ ଟିକେଟ ଦିଆଯାଇଛି।

ସେପଟେ ପୂଜା ପାଲଙ୍କୁ କୌଶବର ଚାୟଲ ସିଟରୁ ଟିକେଟ ଦିଆଯାଇଛି । ବାରବାଙ୍କିଙ୍କ ସିଟରୁ ରାକେଶ ଭର୍ମାଙ୍କୁ ଟିକେଟ ଦିଆଯାଇଛି। ଅଭୟ ସିଂଙ୍କୁ ଫୈଜାବାଦର ଗୋସାଇଙ୍ଗଞ୍ଜରୁ ପ୍ରାର୍ଥୀ କରାଯାଇଛି। ଗୋପାଳ ରାୱତଙ୍କୁ ଗୋରଖପୁରର ସାହଜନୱାନରୁ ଟିକେଟ ଦିଆଯାଇଛି, ସଞ୍ଜୟ କୁମାରଙ୍କୁ ବାନ୍ସଗାଓଁରୁ ମନୋନୀତ କରାଯାଇଛି। କ୍ୟାମ୍ପେରଗଞ୍ଜରୁ କାଜଲ ନିଶାଦଙ୍କୁ ଟିକେଟ ଦିଆଯାଇଛି।

Related Posts