“୧୩ ଜୀବନ ନଷ୍ଟ, ତଥାପି ସରକାର ନିରବ! ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକଲେ ବ୍ୟୋମକେଶ”

ଭୁବନେଶ୍ୱର: ଏସସିବି ଘଟଣାକୁ ନେଇ ରାଜନୈତିକ ତାପମାତ୍ରା ଦିନକୁ ଦିନ ବଢ଼ୁଛି। ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ବ୍ୟୋମକେଶ ରାୟ ତୀବ୍ର ପ୍ରତିକ୍ରିୟା ରଖି ସରକାରକୁ କଟାକ୍ଷ କରିଛନ୍ତି।ସେ କହିଛନ୍ତି ଯେ, ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହେବା ପରେ ବି ସରକାର ସଚେତନ ହେଉନାହାନ୍ତି, ଯାହା ଅତ୍ୟନ୍ତ ଦୁଃଖଦ ଓ ଚିନ୍ତାଜନକ। ଏପରି ଗମ୍ଭୀର ଘଟଣା ସତ୍ତ୍ୱେ ବିଧାନସଭାରେ ବିରୋଧୀଙ୍କ କଥାକୁ କର୍ଣ୍ଣପାତ କରାଯାଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।ବ୍ୟୋମକେଶ ରାୟ ସିଧାସଳଖ ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦାୟୀ କରି, ତୁରନ୍ତ ଇସ୍ତଫା ଦେବାକୁ ଦାବି କରିଛନ୍ତି। ସେ ଆହୁରି ସଚେତନ କରି କହିଛନ୍ତି ଯେ, ଯଦି ମନ୍ତ୍ରୀ ଇସ୍ତଫା ନଦିଅନ୍ତି, ତେବେ ବିଧାନସଭାକୁ ସୁଚାରୁ ଭାବେ ଚାଲିବାକୁ ଦିଆଯିବ ନାହିଁ।ଏହି ମାମଲାକୁ ନେଇ ଆଗାମୀ ଦିନରେ ବିଧାନସଭାରେ ଆହୁରି ତୀବ୍ର ତର୍କବିତର୍କ ହେବା ସମ୍ଭାବନା ରହିଛି।

Related Posts