କଂଗ୍ରେସ ଶାସନରେ ଥିବା ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସବୁଠାରୁ ଦୁର୍ନୀତିଗ୍ରସ୍ତ ଦଶନ୍ଧି ଥିଲା: ମୋଦି

ଭୁବନେଶ୍ୱର,୮/୨(ସତ୍ୟପାଠ ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ସଂସଦରେ ଧନ୍ୟବାଦ ପ୍ରସ୍ତାବରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ରଖିଛନ୍ତି। ଏହି ଅବସରରେ ମୋଦି କଂଗ୍ରେସ ଉପରେ ଜୋରଦାର ଟାର୍ଗେଟ କରିଛନ୍ତି। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଦାନି ପ୍ରସଙ୍ଗ ସହ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ଆଜି ପ୍ରଧାନମନ୍ତ୍ରୀ ଏହାର ପାଲଟା ଜବାବ ଦେଇ କଂଗ୍ରେସର ଶାସନ କାଳରେ ଦୁର୍ନୀତି ସବୁଠାରୁ ବଡ଼ ଏବଂ ଭୟଙ୍କର ବୋଲି କହିଥିଲେ।

ଗତକାଲି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଧନ୍ୟବାଦ ପ୍ରସ୍ତାବ ଉପରେ ବିଜେପି ବିରୋଧରେ ଜୋରଦାର ହମଲା କରିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ କହଛନ୍ତି ଯେ, ୟୁପିଏ ଅମଳର ଶାସନ ଦେଶକୁ ବରବାଦ କରିଛି।୨୦୦୪ରୁ ୨୦୧୪ ମଧ୍ୟରେ ୟୁପିଏର ୧୦ ବର୍ଷ ଶାସନ ଦୁର୍ନୀତି ଏବଂ ହିଂସାର ସମୟ ଥିଲା। ଦେଶରେ ସଙ୍କଟ ପରିସ୍ଥିତି ସୃଷ୍ଟି କରିବା ୟୁପିଏର କାର୍ଯ୍ୟ ଥିଲା। କଂଗ୍ରେସ ଉପରେ ଆକ୍ରମଣ କରି ମୋଦି କହିଛନ୍ତି ଯେ, ୨୦୦୪ରୁ ୨୦୧୪ ମଧ୍ୟରେ ଦେଶରେ ମୁଦ୍ରାସ୍ପୀତି ହାର ଅଧିକ ଥିଲା। ଅବସ୍ୟ ଏବେ କିଛି ଲୋକ ବିକାଶ ଦେଖି ପାରୁନାହାନ୍ତି। ସେମାନେ ବେକାରୀ ଉଚ୍ଛେଦ ପାଇଁ ପ୍ରତିଜ୍ଞା କରିଥିଲେ।କିନ୍ତୁ ସେ ସମୟ ଭାରତୀୟ ସ୍ୱାଧୀନତା ପରର ସବୁଠାରୁ ଦୁର୍ନୀତିଗ୍ରସ୍ତ ଦଶନ୍ଧି ଥିଲା ବୋଲି ମୋଦି କହିଛନ୍ତି।

ତେବେ ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ପ୍ରବଳ ବର୍ଷିଥିଲେ। ପ୍ରଧାନମନ୍ତ୍ରୀ ମୋଦି ଶିଳ୍ପପତି ଗୌତମ ଆଦାନିଙ୍କୁ ତାଙ୍କ ବ୍ୟବସାୟ ସାମ୍ରାଜ୍ୟ ବଢ଼ାଇବା‌ରେ ସହଯୋଗ କରିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ କହିଥିଲେ ଯେ, ତାମିଲନାଡୁଠାରୁ ଆରମ୍ଭ କରି କେରଳ ଏବଂ ହିମାଚଳପ୍ରଦେଶ ପର୍ଯ୍ୟନ୍ତ ସବୁଠି କେବଳ ଆମେ ଗୋଟିଏ ନାମ ଆଦାନି ଶୁଣିଛୁ। ରାହୁଲ କହିଛନ୍ତି, ଭାରତ ଯାଡ଼ା ଯାତ୍ରା ସମୟରେ ଲୋକମାନେ ମତେ ପଚାରିଛନ୍ତି, ଆଦାନି କିଭଳି ବିଭିନ୍ନ କ୍ଷେତ୍ରରେ ଏତେ ସଫଳ ହୋଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କ କ’ଣ ? ରାହୁଲ ଲୋକସଭାରେ କହିଛନ୍ତି, ମୋଦି ଯେଉଁ ରାଷ୍ଟ୍ରକୁ ଯାଇଛନ୍ତି ସେଠାରେ ଆଦାନି କଣ୍ଟ୍ରାକ୍ଟ ପାଇଛନ୍ତି। ଆଦାନି ଗ୍ରୁପ୍‌ ୬ ବିମାନବନ୍ଦର କଣ୍ଟ୍ରାକ୍ଟ ପାଇବାପାଇଁ ନିୟମ ବି ବଦଳାଯାଇଛି ବୋଲି ରାହୁଲ ଅଭିଯୋଗ କରିଥିଲେ।

Related Posts