ନୂଆଦିଲ୍ଲୀ: କରୋନା ଟିକା ନେଇନାହାନ୍ତି ୨୧ ଥର ଗ୍ରାଣ୍ଡ ସ୍ଲାମ ଚାମ୍ପିୟନ ନୋଭାକ ଜୋକୋଭିକ । ତେବେ ଏବେ ତାଙ୍କୁ ଭାରି ମହଙ୍ଗା ପଡ଼ିଛି । ଟିକା ନ ନେବା କାରଣରୁ ସେ ଆମେରିକା ଯାତ୍ରା କରିପାରିବେ ନାହିଁ । ଏହି କାରଣରୁ ସିନସିନାଟି ଓପନ ହାର୍ଡକୋର୍ଟ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି । ଏହାସହ ସେ ଚଳିତ ବର୍ଷର ୟୁଏସ ଓପନ ଯାହା ଅସନ୍ତା ଅଗଷ୍ଟ ୨୯ରୁ ଆରମ୍ଭ ହେବାକୁ ଯାଉଛି ସେଥିରେ ମଧ୍ୟ ଭାଗ ନେଇପାରିବେ ନାହିଁ ।
ସର୍ବିଆର ୩୫ ବର୍ଷୀୟ ଜୋକୋଭିକ କରୋନା ଟିକା ନ ନେବେ ନାହିଁ ବୋଲି ପୂର୍ବରୁ ଅନେକ ଥର କହି ସାରିଛନ୍ତି । ଏହି କାରଣରୁ ସେ ଜାନୁଆରୀରେ ଅଷ୍ଟ୍ରେଲିଆ ଓପନ ଏହଂ ଆମେରିକାରେ ଦୁଇଟି ଟୁର୍ଣ୍ଣାମେଣ୍ଟ ଖେଳି ପାରି ନଥିଲେ । ବର୍ତ୍ତମାନ ମଣ୍ଟ୍ରିୟଲରେ ଚାଲିଥିବା ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ସେ ବାହାର ଅଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଆମେରିକା ଏବଂ କାନାଡା ଭ୍ୟାକ୍ସିନ ନେଇଥିବା ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ନୋଭାକ ଜୋକୋଭିକ କରୋନା ଭ୍ୟାକ୍ସିନ ନଲଗାଇବା ନେଇ ପୂର୍ବରୁ ବିବାଦକୁ ଆସିଥିଲେ । ଜୋକୋଭିକ ଅଷ୍ଟ୍ରେଲିଆ ଓପନ ପୂର୍ବରୁ ଭ୍ୟାକ୍ସିନ ନେଇଥିଲେ, ଯେଉଁଥିପାଇଁ ତାଙ୍କୁ ଏହି ବଡ଼ ଟୁର୍ଣ୍ଣାମେଣ୍ଟରୁ ବାହାର କରାଯାଇଥିଲା ।





