ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁକାଶ୍ମୀରରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ଭାରତର କୂଟନୈତିକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଭୟରେ ରହିଛି। ଏହି ସମୟରେ ପାକିସ୍ତାନର ସୂଚନା ମନ୍ତ୍ରୀ ଅତାତୁଲ୍ଲା ତରାର କରିଛନ୍ତି ଯେ ଆସନ୍ତା 24 ରୁ 36 ଘଣ୍ଟା ମଧ୍ୟରେ ଭାରତ ପାକିସ୍ତାନ ଭିତରେ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଜନା କରୁଛି। ତେବେ ଶାହବାଜ ସରକାରୀ ମନ୍ତ୍ରୀ ଅତୁତୁଲ୍ଲା ତାର ଏକ ଏକ୍ସ ପୋଷ୍ଟରେ କହିଛନ୍ତି ଯେ ପାହଲଗାମ ଘଟଣାରେ ସମ୍ପୃକ୍ତ ଥିବା ଭିତ୍ତିହୀନ ତଥା ମିଥ୍ୟା ଅଭିଯୋଗର ବାହାନା କରି ଆସନ୍ତା 24-36 ଘଣ୍ଟା ମଧ୍ୟରେ ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ପ୍ରସ୍ତୁତ ହେଉଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ ଅନିଲ ଚୌହାନ, ଏନଏସଏ ଅଜିତ ଡୋଭାଲ ଏକ ଉଚ୍ଚ ସ୍ତରୀୟ ବୌଠକ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆତଙ୍କବାଦକୁ କଡ଼ା ଜବାବ ଦେବା ଆମର ଜାତୀୟ ସଂକଳ୍ପ। ଭାରତୀୟ ସଶସ୍ତ୍ର ବାହିନୀର ବୃତ୍ତିଗତ ସାମର୍ଥ୍ୟ ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି | ଆତଙ୍କବାଦ ବିରୋଧରେ କାର୍ଯ୍ୟର ପଦ୍ଧତି, ଲକ୍ଷ୍ୟ ଏବଂ କାର୍ଯ୍ୟ ସମୟ ସେନା ସ୍ଥିର କରିବା ଉଚିତ ବୋଲି ପ୍ରଧାନ ମନ୍ତ୍ରୀ କହିଛନ୍ତି ।
ନିକଟରେ ପହଲଗାମରେ ହୋଇଥିବା ଆକ୍ରମଣରେ 26 ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତିକୁ ଭାରତ ଖୋଲାଖୋଲି ଭାବେ ସୂଚିତ କରିଛି । ଯଦିଅ ପାକିସ୍ଥାନ କୌଣସି ଭୂମିକାକୁ ଅସ୍ୱୀକାର କରିଛି। ଭାରତ ଅନେକ କଠୋର ପଦକ୍ଷେପ ନେଇଛି। ଏଥିରେ ପାକିସ୍ତାନୀ ନାଗରିକମାନଙ୍କୁ ନିଜ ଦେଶକୁ ପଠାଇବା ଏବଂ ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଅନ୍ତର୍ଭୁକ୍ତ।





