ଭୁବନେଶ୍ୱର,୨୩/୧(ସତ୍ୟପାଠ ବ୍ୟୁରୋ): ଆସନ୍ତା ୨୭ ତାରିଖରେ ସମ୍ବଲପୁର ସମଲେଇ ମନ୍ଦିର ବିକାଶ ପାଇଁ ହୋଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ କରାଯିବ । ଏ ନେଇ ହୋମ ଯଞ୍ଜ ନିମନ୍ତେ ସୋମବାର ଅଙ୍କୁରରୋପଣ କାର୍ଯ୍ୟକ୍ରମ ସାରିଥିବା ବେଳେ ସମଲେଇ ମନ୍ଦିର ଟ୍ରଡବୋର୍ଡ ସଭାପତି ସଂଜୟ ବାବୁ କର୍ତ୍ତା ଦାୟିତ୍ୱ ତୁଲାଇ ଅଙ୍କୁରରୋପଣ କାର୍ଯ୍ୟକ୍ରମ ସମ୍ପନ୍ନ କରିଛନ୍ତି ।
୨୬ ତାରିଖରେ ଅଧିବାସ ତଥା କଳସଯାତ୍ରା କରାଯିବାର କାର୍ଯ୍ୟକ୍ରମ ଥିବାବେଳେ ୨୭ ତାରିଖ ଦିନ ହୋମ ଯଜ୍ଞ କରାଯାଇ ଲୋକାର୍ପଣ ହେବ । ଏଥିରେ ୧୨ଟି ଜିଲ୍ଲାର ପଣ୍ଡିତ ଓ ବିଦ୍ୱାନ ଯୋଗଦେବେ । ୪ଟି ଗେଟ୍ ବା ଦ୍ୱାରରେ ହୋମଯଜ୍ଞ କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।





