ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍, ୨ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍। ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ବାମ ପାର୍ଶ୍ବରେ ଗୋଟିଏ ଏବଂ ଡାହାଣ ପାର୍ଶ୍ବରେ ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି।

ସୂଚନାନୁଯାୟୀ, ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୦୭.୪୧ ଫୁଟ୍ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୫୫ ହଜାର ୬୦ କ୍ୟୁସେକ୍ ଜଳ।ସେହିଭଳି ୧ ଲକ୍ଷ ୫୭ ହଜାର ୧୩୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ସୂଚନା ମୁତାବିକ, ହୀରାକୁଦ ଜଳଭଣ୍ଡାରେ ଜଳସ୍ତର ୬୦୭.୪୧ ଖସିବାରୁ ଆଉ ୬ଟି ସୁଇଜ ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୨ଟି ଗେଟ୍ ବନ୍ୟାପାଣି ମହାନଦୀକୁ ନିଷ୍କାସନ କରାଯାଉଛି। ବାମ ପାର୍ଶ୍ୱରେ ଗୋଟିଏ ଏବଂ ଡାହାଣ ପାର୍ଶ୍ୱରେ ଗୋଟିଏ ଗେଟ୍ ଖୋଲା ରହିଛି। ଏପଟେ ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ୮.୨୩ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ତଳମୁଣ୍ଡରେ ୧୦.୭୨ ମିମି ବର୍ଷା ରେକର୍ଡ କରାଯାଇଛି ।

ବୁଧବାର ୮ଟି ଗେଟ୍‌ ସମେତ ପାୱାର୍‌ ଚ୍ୟାନେଲ, ବିଭିନ୍ନ କେନାଲ ଏବଂ ଶିଳ୍ପ ଜଳଯୋଗାଣ ମିଶି ମୋଟ୍‌ ୧ ଲକ୍ଷ ୫୫ ହଜାର ୦୧୮ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା । ଏଥିରୁ ୮ଟି ଗେଟ୍‌ ଦେଇ ୧ ଲକ୍ଷ ୧୮ ହଜାର ୦୪୮ କ୍ୟୁସେକ୍‌ ମହାନଦୀକୁ ଛଡା ଯାଇଥିବା ବେଳେ ପାୱାର୍‌ ଚ୍ୟାନେଲ ଦେଇ ୩୩ ହଜାର ୨୮୯ କ୍ୟୁସେକ୍‌, ବରଗଡ କେନାଲ ଦେଇ ୨୬୭୫ କ୍ୟୁସେକ୍‌, ଶାସନ କେନାଲରେ ୬୩୦ କ୍ୟୁସେକ୍‌ ଏବଂ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୨ କ୍ୟୁସେକ୍‌ ଯୋଗାଣ ହେଉଥିଲା।

Related Posts