ଆନ୍ଦୋଳନ ଚାଲୁ ରଖିବା ସହ +୨ ପରୀକ୍ଷାରେ ଭାଗନେବେ ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ଵର,୨୮/୨(ସତ୍ୟପାଠ ବ୍ୟୁରୋ): ଯୁକ୍ତ ୨ ପରୀକ୍ଷାରେ ଭାଗନେବେ ଅଧ୍ୟାପକ। ଯୁକ୍ତ ୨ ପରୀକ୍ଷା ପରିଚାଳନାରେ ୬୬୨ ବର୍ଗ ଅଧ୍ୟାପକ ଭାଗନେବେ। ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗନେବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରୀସ୍ତରୀୟ ଆଲୋଚନା ପରେ ଅଧ୍ୟାପକ ସଙ୍ଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ମଧ୍ୟ ଭାଗ ନେବେ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ୬୬୨ ବର୍ଗ କଲେଜ ସଙ୍ଘର ଆନ୍ଦୋଳନ ଓ ଯୁକ୍ତ ଦୁଇ ପରୀକ୍ଷା ବର୍ଜନ ନିଷ୍ପତି ନେଇଥିଲେ । ବୁଧବାର ଦିନ ଯୁକ୍ତ ଦୁଇ ପରୀକ୍ଷା । ସେପଟେ ଅଧ୍ୟାପକଙ୍କ ଦରମାରେ ପାତରଅନ୍ତର ନୀତିକୁ ବିରୋଧ କରିବା ସହ ସମାନ ଗ୍ରେଡ ପେକୁ ସମାନ ଦରମା ପ୍ରଦାନ, ସମସ୍ତଙ୍କୁ ଗ୍ରାଚୁଇଟି ଓ ପେନସନ, ସପ୍ତମ ବେତନ ପ୍ରଦାନ, ଭଳି, ୪ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରି ଆସୁଛି ୬୬୨ ବର୍ଗ କଲେଜ ସଂଘ । ଶେଷରେ ବିଭିନ୍ନ ଦାବି ନେଇ ସଂଘ ସହ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଥିଲା । ଏହି ଆଲୋଚନାରେ ଆଗାମୀ ଯୁକ୍ତ ୨ ପରୀକ୍ଷାରେ ଭାଗ ନେବା ପାଇଁ ଅଧ୍ୟାପକମାନେ ନିଷ୍ପତ୍ତି ନେଇଛନ୍ତି । ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗନେବାକୁ ନିଷ୍ପତ୍ତି ନେଇଛନ୍ତି ।

Related Posts