ବିଭିନ୍ନ ସର୍ତ୍ତ ସହ ଭୁବନେଶ୍ୱରର ୧୦ ପୂଜା ମଣ୍ଡପକୁ ମିଳିଲା ରାବଣ ପୋଡ଼ି ପାଇଁ ଅନୁମତି

ଭୁବନେଶ୍ୱର,୧୨/୧୦(ସତ୍ୟପାଠ ବ୍ୟୁରୋ): ରାଜଧାନୀର ୧୦ ପୂଜା ମଣ୍ଡପକୁ ରାବଣ ପୋଡ଼ି ପାଇଁ ମିଳିଲା ଅନୁମତି । ଏହାସହିତ ରାବଣ ପୋଡି ସମୟରେ ବିଭିନ୍ନ ଦିଗ ଉପରେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଖବର ଅନୁଯାୟୀ, ଆଜି ବିଜୟା ଦଶମୀ ତଥା ଦଶହରାର ଅନ୍ତିମ ପର୍ବ । ଏହାପରେ ଆଜି ଅନୁଷ୍ଠିତ ହେବ ରାବଣ ପୋଡି ଉତ୍ସବ ।

କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଝାରପଡା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ଼ ଏବଂ ଚନ୍ଦକା ପୂଜା ମଣ୍ଡପକୁ ଅନୁମତି ମିଳିଛି। । ତେବେ ରାବଣପୋଡି ସମୟରେ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ସମସ୍ତ ନିୟମକୁ ମାନିବାକୁ ପୂଜା କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖାସ୍ କରି ରାବଣ ପୋଡି ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ମଣ୍ଡପ ଠାରୁ ୧୦୦ ମିଟର ଦୂରରେ ରହିବାକୁ ପଡିବ ।

ଏହାସହିତ ଅନୁମତି ମିଳିଥିବା ସମସ୍ତ ରାବଣ ପୋଡି ସ୍ଥାନରେ ଗୋଟିଏ ଲେଖାଏଁ ଦମକଳ ଗାଡି ନିୟୋଜିତ ରହିବା ସହ ଅଗ୍ନିଶମ ବାହିନୀ ମଧ୍ୟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପୂଜା ମଣ୍ଡପକୁ ଅଗ୍ନିନିର୍ବାପକ ଯନ୍ତ୍ର ରଖିବାକୁ କୁହାଯାଇଛି । ସ୍କୁଲ, କଲେଜ, ମନ୍ଦିର ଓ ବାସସ୍ଥାନ ଠାରୁ ୨୫୦ ମିଟର ଦୂରରେ ରାବଣ ପୋଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related Posts