ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାର ସାକ୍ଷୀ ଦିଲବାଗ୍‌ ସିଂହଙ୍କ କାର୍‌ ଉପରକୁ ଗୁଳିମାଡ଼

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲଖିମପୁର ଖେରୀ ହିଂସାକାଣ୍ଡ ମାମଲାର ସାକ୍ଷୀ ଦିଲବାଗ୍‌ ସିଂହଙ୍କ କାର୍‌ ଉପରକୁ ଗୁଳିମାଡ଼ା ସାକ୍ଷୀ ଦିଲବାଗ ସିଂହଙ୍କ କାର୍‌ ଉପରକୁ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଗୁଳିମାଡ କରିଥିବା ଜଣାପଡିଛି। ତେବେ ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଭାରତୀୟ କିସାନ ସଂଘର ଜିଲ୍ଲାଧ୍ୟକ୍ଷ ଥିବା ଦିଲ୍‌ବାଗ ଅଲିଗଞ୍ଜରୁ ନିଜ ଘରକୁ ଯାଉଥିଲେ। ଏତିକି ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ କାର୍‌ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ। ଏହି ଘଟଣାରେ ଦିଲବାଗ୍‌ଙ୍କ ଗନ୍‌ମ୍ୟାନ୍‌ଙ୍କୁ ନିଲମ୍ବିତ କରାଯାଇଛି। ଯେତେବେଳେ ଏହି ଘଟଣା ଘଟିଥିଲା ସେତେବେଳେ ସେ ଦିଲବାଗଙ୍କ ସହ ଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହିଁ ସାକ୍ଷୀ ଦିଲବାଗ୍‌ଙ୍କୁ ଗନ୍‌ମ୍ୟାନ୍‌ ଦିଆଯାଇଥିଲା। ଦିଲବାଗ୍‌ଙ୍କ କହିବା ମୁତାବକ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ସେ ନିଜକୁ ଘରକୁ ଯାଉଥିଲେ। ଏତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିୟଲା। ପ୍ରଥମେ ତାଙ୍କ କାର୍‌ରର ଟାୟରକୁ ଫାୟାରିଂ କରାଯାଇଥିଲା। ଏହାପରେ ତାଙ୍କ କାର୍‌କୁ ଅଟକାଇ ଦିଆଯାଇଥିଲେ। ଆକ୍ରମଣକାରୀମାନେ କାର୍‌ ଝରକା ଖୋଲିବା ପାଇଁ ଚେଷ୍ଟା କରିଥିଲେ।

କିନ୍ତୁ ଦିଲବାଗ କାର୍‌ ଝରକା ଖୋଲିନଥିଲା। ଏହାପରେ କାର୍‌ ଝରକା ଉପରକୁ ଆକ୍ରମଣକାରୀମାନେ ଗୁଳିମାଡ କରିଥଇଲେ କିନ୍ତୁ ସେ ସିଟ୍‌ ଫୋଲ୍ଡ କରିଦେଇଥିଲେ। ଏତିକି ବେଳେ ତାଙ୍କ ସୁରକ୍ଷାକର୍ମୀ ମଧ୍ୟ ତାଙ୍କ ସହ ନଥିଲେ। କିନ୍ତୁ ଏହି ଘଟଣା ଘଟି ସାରିବାପରେ ତାଙ୍କ ସୁରକ୍ଷାକର୍ମୀ ଫେରିଆସିଥିଲା। ସେପଟେ ଏହି ମାମଲାକୁ ନେଇ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି। ସମାଜବାଦୀ ପାର୍ଟି ମିଡିଆ ଟ୍ୱିଟ୍‌ ହ୍ୟାଣ୍ଡେଲରେ ଲେଖିଛି, ‘ପ୍ରଥମେ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ କୃଷକଙ୍କ ଉପରେ ନିଜ ଥର ଗାଡି ଚଢ଼ାଇ ମାରିଦେଇଥିଲା। ଏବେ ସେହି ତିକୁନିଆ ଥର କାଣ୍ଡର ମୁଖ୍ୟ ସାକ୍ଷୀ ଥିବା ଦିଲବାଗ ସିଂହଙ୍କ ଉପରେ ମଧ୍ୟ ମରାଣାନ୍ତକ ଆକ୍ରମଣ କରାଯାଇଛି। ସେ ମନ୍ତ୍ରୀ ଥିବା ଯାଏ ମାମଲାର ନିରପେକ୍ଷ ଯାଂଚ, ମନ୍ତ୍ରୀ ପୁଅକୁ ଦଣ୍ଡ ଏବଂ ପୀଡିତଙ୍କୁ ନ୍ୟାୟ ମିଳିବା ସମ୍ଭବ ନୁହେଁ। ତେଣୁ ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ନିଲମ୍ବିତ କରାଯାଉ।’

Related Posts