ଫୁଲବାଣୀ : ବହୁଚର୍ଚ୍ଚିତ ଫୁଲବାଣୀ ଖଜୁରୀପଡ଼ା ଥାନା ଅଞ୍ଚଳର ଜଣେ ୮ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ଦଣ୍ଡାଦେଶ ଶୁଣାଇଛନ୍ତି ମାନ୍ୟବର କୋର୍ଟ । ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ। ଶୁକ୍ରବାର ଫୁଲବାଣୀ ଫାଷ୍ଟଟାକ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଦୋଷୀକୁ ଏହି ଦଣ୍ଡ ଶୁଣାଇଛନ୍ତି। ମାମଲାର ଶୁଣାଣି ପୂର୍ବରୁ ୧୨ଜଣ ସାକ୍ଷୀଙ୍କ ବୟାନ ଶୁଣାଯାଇଥିଲା। ପରେ ସମସ୍ତ ତଥ୍ୟ ପ୍ରମାଣ ଭିତ୍ତି କରି ଅଭିଯୁକ୍ତ ପ୍ରସନ୍ନ କୁମାର ବେହେରା (୫୫)କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୬୦ ହଜାର ଟଙ୍କା ଜୋରିମାନା କରିଛନ୍ତି କୋର୍ଟ।
ସୂଚନା ଥାଉକି, ଖଜୁରୀପଡ଼ା ଥାନା ଅଞ୍ଚଳର ଜଣେ ୮ବର୍ଷିୟା ନାବାଳିକା ଛାତ୍ରୀ ଘର ପାଖ ନଳକୂପରେ ଗାଧୋଉଥିବା ବେଳେ ଅଭିଯୁକ୍ତ ପ୍ରସନ୍ନ ଆସି ନାବାଳିକାକୁ ଅପହରଣ କରିନେଇଥିଲା। ଜୋର ଜବରଦସ୍ତ ମୁଁହରେ ଗାମୁଛା ବାନ୍ଧି ଘରକୁ ଟେକି ନେଇ ସେଠାରେ କିଛିଦିନ ଧରି ଦୁଷ୍କର୍ମ କରିଥିଲା।
ଏ ନେଇ ପୀଡ଼ିତା ଘରେ ଜଣାଇବା ପରେ ବାପା ଖଜୁରୀପଡ଼ା ଥାନାରେ ଏତେଲା ଦେଇଥିଲେ। ଖଜୁରୀପଡ଼ା ପୋଲିସ ୫୪/୨୦୧୮ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ପରେ ଏହି ମାମଲା କୋର୍ଟରେ ପହଞ୍ଚିବା ପରେ ମାନ୍ୟବର କୋର୍ଟ ଶୁଣାଣୀ କରି ଅଭିଯୁକ୍ତ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି ।





