ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସିଲା କଂଗ୍ରେସର ଦ୍ଵିତୀୟ ପର୍ଯ୍ୟାୟସାଂସଦ ପ୍ରାର୍ଥୀ ତାଲିକା। ଆଜି କଂଗ୍ରେସ ୯ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାଲେଶ୍ୱରରୁ ଦଳ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଟିକେଟ୍ ଦେଇଥିବା ବେଳେ ଭୁବନେଶ୍ୱରରୁ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କୁ ଦଳ କରିଛି ପ୍ରାର୍ଥୀ କରିଛି। ସେହିପରି ଭଦ୍ରକରୁ ଲଢ଼ିବେ ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ।
ସେହିପରି ଯାଜପୁରରୁ ଅଞ୍ଚଳ ଦାସଙ୍କୁ ଟିକେଟ ଦିଆଯାଇଥିବା ବେଳେ ଢେଙ୍କାନାଳରୁ ସସ୍ମିତା ବେହେରା, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ୱରୂପ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ ଓ ପୁରୀରୁ ସୁଚରିତା ମହାନ୍ତି।
ପୂର୍ବରୁ ୮ ଲୋକସଭା ଆସନ ଓ ୪୭ ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ। ବିଜେପି ଓ ବିଜେଡି ସମସ୍ତ ୨୧ ଲୋକସଭା ଟିକେଟ୍ ଘୋଷଣା କରିସାରିଛନ୍ତି। ଏବେ ବି ୪ ଲୋକସଭା ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ।
ପୂର୍ବରୁ ଘୋଷଣା ହୋଇଥିବା ଲୋକସଭା ପ୍ରାର୍ଥୀ..
ବରଗଡ଼ ଲୋକସଭା ଆସନରୁ ସଞ୍ଜୟ ଭୋଇ, ସୁନ୍ଦରଗଡ଼ରୁ ଜନାର୍ଦ୍ଦନ ଦେହୁରୀ, ବଲାଙ୍ଗୀରରୁ ମନୋଜ ମିଶ୍ର, କଳାହାଣ୍ଡି ଦ୍ରୌପଦୀ ମାଝୀ, ନବରଙ୍ଗପୁରରୁ ଭୁଜବଳ ମାଝୀ, କନ୍ଧମାଳରୁ ଅମୀର ଚନ୍ଦ୍ର ନାୟକ, ବ୍ରହ୍ମପୁରରୁ ରଶ୍ମୀ ରଞ୍ଜନ ପଟ୍ଟନାୟକ ଓ କୋରାପୁଟ ଲୋକସଭା ଆସନରୁ ସପ୍ତଗିରି ଉଲ୍ଲାକାଙ୍କ ଉପରେ ଭରସା କରିଛି କଂଗ୍ରେସ।





