କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ ମାମଲାରେ ଜେଲରୁ ବାହାରିବା ପରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ସମ୍ମାନୀତ କଲା ବିଜେପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ ମାମଲାରେ ଜେଲରୁ ବାହାରିବା ପରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ସମ୍ମାନୀତ କଲା ବିଜେପି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଏହା ମଧ୍ୟରେ ଆମ ଆଦମି ପାର୍ଟିର ବରିଷ୍ଠ ନେତା ଆତିଶ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘର ଉପରକୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଭାରତୀୟ ଜନତା ପାର୍ଟି ସମ୍ମାନୀତ କରିଛି । ଏପରି କରି ବିଜେପି ତାର ଅସଲ ଚେହେରାକୁ ଦେଶବାସୀଙ୍କୁ ଦେଖାଇଦେଇଛି । ବିଜେପି ଗୁଣ୍ଡା ପାର୍ଟି ବୋଲି ପ୍ରମାଣ କରିଦେଇଛି ବୋଲି କହିଛନ୍ତି । ତେବେ ବିଜେପି ଦିଲ୍ଲୀର ପ୍ରଦେଶ ଅଧ୍ୟକ୍ଷ ଆଦେଶ ଗୁପ୍ତା ପ୍ରଦେଶ କାର୍ଯ୍ୟାଳୟରେ ଏସବୁ ଗୁଣ୍ଡା ଓ ଲଫଙ୍ଗାକୁ ମାଳ ପିନ୍ଧାଇ ସମ୍ମାନୀତ କରିଛନ୍ତି ଓ ପ୍ରଶଂସା କରିଛନ୍ତି ବୋଲି ଆପ ନେତା କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ଏହା ଭାରତୀୟ ଜନତା ପାର୍ଟି ନୁହେଁ ବରଂ ଗୁଣ୍ଡା ପାର୍ଟି । ବଳତ୍କାରୀଙ୍କୁ ସମ୍ମାନୀତ କରି ଆଗକୁ ବଢ଼ାଉଛନ୍ତି । ଏହି ଗୁଣ୍ଡାମାନଙ୍କୁ ସମ୍ମାନୀତ କରି ବିଜେପି ଦେଶର କର୍ମୀଙ୍କୁ ଏହି ସଙ୍କେତ ଦେଇଛି କି ଯେତେ ଗୁଣ୍ଡାଗର୍ଦ୍ଦି କରିବ ସେ ସେତେ ପ୍ରୋତ୍ସାହନ ଦେବ । ବିଜେପି ଗୁଣ୍ଡା, ବଳତ୍କାର, କିଡନାପ କରୁଥିବାର ଲୋକଙ୍କୁ ପ୍ରୋତ୍ସାହନ ଦେଉଛି ବୋଲି ଆପର ବରିଷ୍ଠ ନେତା ଆତିଶ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts