ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଧାରା ୩୫(ଏ)ର ଉଚ୍ଛେଦ ଜାମ୍ମୁ-କାଶ୍ମୀର ଲୋକଙ୍କର ସାମ୍ବିଧାନିକ ଅଧିକାର ଛଡାଇ ନେଇଛି। ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟରେ ୧୧ ତମ ଶୁଣାଣିରେ ଏପରି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼। ଶୁଣାଣି ସମୟରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଧାରା ୩୫(ଏ) ନାଗରିକଙ୍କ ଅନେକ ମୌଳିକ ଅଧିକାର ଛଡ଼ାଇ ନେଇଛି।ଜାମ୍ମୁ-କାଶ୍ମୀରରେ ନାଗରିକଙ୍କ ରୋଜଗାର, ସୁଯୋଗର ସମାନତା, ଜାମ୍ମୁ କାଶ୍ମୀରରେ ସମ୍ପତ୍ତି ହାସଲ କରିବା ନାଗରିକଙ୍କ ଅଧିକାର ଛଡ଼ାଇ ନେଇଛି। ବିଶେଷ କରି ଅଣବାସିନ୍ଦାମାନଙ୍କ ଠାରୁ ଏହି ଅଧିକାର ଛଡ଼ାଇ ନିଆଯାଇଛି ବୋଲି ଚନ୍ଦ୍ରଚୂଡ଼ କହିଛନ୍ତି।
CJI ଆହୁରି ମଧ୍ୟ କହିଛି ଯେ ଚାକିରୀ କିମ୍ବା ରାଜ୍ୟ ଅଧୀନରେ ଥିବା କୌଣସି କାର୍ଯ୍ୟାଳୟରେ ନିଯୁକ୍ତି ସମ୍ବନ୍ଧୀୟ ସମସ୍ତ ନାଗରିକଙ୍କ ପାଇଁ ସୁଯୋଗର ସମାନତା, ଅସ୍ଥାବର ସମ୍ପତ୍ତି ହାସଲ କରିବାର ଅଧିକାର ଏବଂ ରାଜ୍ୟ ସରକାରଙ୍କ ଅଧିନରେ ରୋଜଗାରର ଅଧିକାର ଆସେ। ଏସବୁ ଅଧିକାର ଆର୍ଟିକିଲ୍ ୩୫(ଏ) ଛଡ଼ାଇ ନେଉଛି। ଏହାର କାରଣ ହେଉଛି, ଏହା ବାସିନ୍ଦାଙ୍କୁ ସ୍ୱତନ୍ତ୍ର ଅଧିକାର ଦେଇଥିଲା କିନ୍ତୁ ଅଣ-ବାସିନ୍ଦାଙ୍କ ଅଧିକାରରୁ ବାଦ ରଖିଥିଲା। ସେ କହିଛନ୍ତି ଯେ ସାମ୍ବିଧାନିକ ନୀତି ଅନୁଯାୟୀ ଭାରତ ସରକାର ଏକକ ସଂସ୍ଥା। ଭାରତ ସରକାର ଏକ ଚିରନ୍ତନ ସଂସ୍ଥା।
ମାମଲାର ଶୁଣାଣି ବେଳେ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ତୁଷାର ମେହେତା କହିଥିଲେ ଯେ ଅତୀତରେ ହୋଇଥିବା ଭୁଲ ଭବିଷ୍ୟତ ପିଢ଼ି ଉପରେ ପ୍ରଭାବ ପକାଇଥାଏ। ଆମେ ୨୦୧୯ରେ ଅଥୀତର ଭୁଲ୍କୁ ସୁଧାରି ନେଇଛୁ। ଏହି ମନ୍ତବ୍ୟରେ ପ୍ରଧାନ ବିଚାରପତି କହିଥିଲେ ଗୋଟିଏ ପଟେ ଆପଣ ଠିକ୍ ହୋଇପାରନ୍ତି ଯେ ଭାରତର ଗଣନ୍ତ୍ରର ଏକ ଦସ୍ତାବେଜ୍ ରହିଛି, ଯାହା ଜାମ୍ମୁ-କାଶ୍ମୀର ସମ୍ବିଧାନ ଅପେକ୍ଷା ଏକ ଉଚ୍ଚ ସ୍ଥାନରେ ରହିଛି। ଅନ୍ୟ ଅନ୍ୟପଟେ ଆପଣ ଦେଖାଇବାକୁ ଚେଷ୍ଟା କରିଛନ୍ତି ଯେ ଜାମ୍ମୁ କାଶ୍ମୀରର ସମ୍ବିଧାନ ଏହାର ବିଧାନସଭା ଥିଲା। କିନ୍ତୁ ବିଧାନସଭା ସମ୍ବିଧାନସଭା ହୋଇପାରିବ ନାହିଁ। ଏହା ସଠିକ୍ ହୋଇପାରିବ ନାହିଁ। କାରଣ ଧାରା ୨୩୮ କେବଳ ବିଧାନସଭାର ଅନୁମୋଦନ ପରେ ବିଷୟଗୁଡିକ ରାଜ୍ୟ ପରିସର ମଧ୍ୟରେ ଆଣିଥାଏ। ସେଥିପାଇଁ ଏହାକୁ କେବଳ ବିଧାନସଭା ବୋଲି କହିବା ଠିକ୍ ହୋଇନପାରେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।
ସଲିସିଟର ଜେନେରାଲ ତୁଷାର ମେହେତା କହିଛନ୍ତି ଯେ ସମସ୍ତ ମାମଲା ସଂଶୋଧନ ସହିତ କାର୍ଯ୍ୟକାରୀ କରାଯାଇଥିଲା। ଉଦାହରଣ ସ୍ୱରୂପ, ଧାରା ୩୬୮ କାର୍ଯ୍ୟକାରୀ କରାଯାଇଥିଲା କିନ୍ତୁ ଏହି ବ୍ୟବସ୍ଥା ଯୋଗୁ ଭାରତୀୟ ସମ୍ବିଧାନରେ କରାଯାଇଥିବା କୌଣସି ସଂଶୋଧନ ଜାମ୍ମୁ କାଶ୍ମୀରରେ ଲାଗୁ ହେବ ନାହିଁ, ଯେପର୍ଯ୍ୟନ୍ତ ଧାରା ୩୭୦ ମାଧ୍ୟମରେ ଏହା କାର୍ଯ୍ୟକାରୀ ନ ହେଉଛି। ଉଦାହରଣ ସ୍ୱରୂପ, ଭାରତର ସମ୍ବିଧାନରେ ସଂଶୋଧନ କରାଯାଇଥିଲା ଏବଂ ଧାରା ୨୧ଏ- ଶିକ୍ଷା ଅଧିକାର ଯୋଡ଼ାଯାଇଥିଲା ୨୦୧୯ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରରେ ଏହା କେବେ ହେଲେ କାର୍ଯ୍ୟକାରୀ ହୋଇନଥିଲା। କାରଣ ଏହା ୩୭୦ ଦେଇ ପାଳନ କରାଯାଇ ନଥିଲା।
ଏହା ଉପରେ CJI କହିଥିଲେ ଯେ ଠିକ୍ ଏହିପରି ଆପଣ କହିଥିଲେ ଯେ ପ୍ରିଏମ୍ବଲ ୧୯୭୬ ରେ ସଂଶୋଧିତ କରାଯାଇଥିଲା। ଏଥିପାଇଁ ଜାମ୍ମୁ-କାଶ୍ମୀରରେ ଧର୍ମନିରପେକ୍ଷତା ଏବଂ ସମାଜବାଦ ସଂଶୋଧନ କେବେ ଗ୍ରହଣ କରାଯାଇନଥିଲା ପୁଣି ମେହେତା କହିଥିଲେ ଯେ ଅଖଣ୍ଡତା ଶବ୍ଦ ବି ଲାଗୁ କରାଯାଇ ନଥିଲା। ରୋଜଗାର ସହ ଜିଇଁବାରେ ବି ଅଧିକାର ରହିଛି ବୋଲି ମେହତା କହିଥିଲେ।
ପୁଣି ସିଜେଆଇ କହିଥିଲେ ସିଜେ ଯେ ଧାରା ୧୬ (୧) ଅନୁଯାୟୀ ସିଧାସଳଖ ଅଧିକାର ଅଛି। ଯାହା ଛଡ଼ାଇ ନିଆଗଲା ତାହା ରାଜ୍ୟ ସରକାରଙ୍କ ଅଧୀନରେ ରୋଜଗାର ଥିଲା। ରାଜ୍ୟ ସରକାରଙ୍କ ଅଧୀନରେ ନିଯୁକ୍ତି ବିଶେଷ ଭାବରେ ଧାରା ୧୬ (୧) ଅନୁଯାୟୀ ପ୍ରଦାନ କରାଯାଇଛି। ତେଣୁ ଗୋଟିଏ ପଟେ ଧାରା ୧୬ (୧) ସୁରକ୍ଷିତ ଥିବା ବେଳେ ଅନ୍ୟ ପଟେ ୩୫ଏ ସିଧାସଳଖ ସେହି ମୌଳିକ ଅଧିକାରକୁ ଛଡ଼ାଇ ନେଇଥିଲା, ଏବଂ ଏହି ଆଧାରରେ କୌଣସିପ୍ରକାର ଚ୍ୟାଲେଞ୍ଜରୁ ରକ୍ଷା କରାଯାଉପାରୁଥିଲା। ଏହିପରି ଧାରା ୧୯ – ଏହା ଦେଶର ଯେକୌଣସି ସ୍ଥାନରେ ବସବାସ କରିବାର ଅଧିକାର ଦେଇଥାଏ। ତେଣୁ ସମସ୍ତ ତିନୋଟି ମୌଳିକ ଅଧିକାରଗୁଡିକ ମୁଖ୍ୟତ ୩୫ଏ ଦ୍ୱାରା ଛଡ଼ାଇ ନିଆଯାଇଛି। ନ୍ୟାୟିକ ସମୀକ୍ଷାର ଶକ୍ତି ଛଡ଼ାଇ ନିଆଗଲା ବୋଲି ଚନ୍ଦ୍ରଚୂଡ଼ କହିଥିଲେ।
ପ୍ରଧାନ ବିଚାରପତିଙ୍କ ଏହି ପ୍ରଶ୍ନର ଜବାବ ଦେଇ ତୁଷାର ମେହେତା କହିଛନ୍ତି ଯେ ଏହା ୨୦୧୯ ପର୍ଯ୍ୟନ୍ତ ଘଟିଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ବିଷୟକୁ ଜାମ୍ମୁ-କାଶ୍ମୀର ଲୋକଙ୍କ ଦୃଷ୍ଟିକୋଣରୁ ଦେଖନ୍ତୁ। ଏଠି ଯେଉଁ ବିଷୟରେ ଆପତ୍ତି ଉଠିଛି ତାହା ହେଉଛି କ୍ଷମତାର ସାମ୍ବିଧାନିକ ପ୍ରୟୋଗରେ ମୌଳିକ ଅଧିକାର ପ୍ରଦାନ କରେ। ସମ୍ପୂର୍ଣ୍ଣ ସମ୍ବିଧାନ ଲାଗୁ କରିଥାଏ। ଜାମ୍ମୁ କାଶ୍ମୀରର ଲୋକଙ୍କୁ ସମାନ ଅଧିକାର ଦେଇଥାଏ। ଏହା ସେହି ସମସ୍ତ ନିୟମକୁ କାର୍ଯ୍ୟକାରୀ କରେ ଯାହା ଜାମ୍ମୁ କାଶ୍ମୀରରେ କଲ୍ୟାଣକାରୀ ଆଇନ। ହେଲେ ଏହା ପୂର୍ବରୁ କାର୍ଯ୍ୟକାରୀ ହୋଇନଥିଲା। ବର୍ତ୍ତମାନ ଲୋକମାନେ ହୃଦୟଙ୍ଗମ କରିଛନ୍ତି ଯେ ସେମାନେ କଣ ହରାଇଛନ୍ତି। ବର୍ତ୍ତମାନ ନିବେଶ ଆସୁଛି। ବର୍ତ୍ତମାନ ପୋଲିସ କେନ୍ଦ୍ର ନିକଟରେ ଥିବାରୁ ପର୍ଯ୍ୟଟନ ଆରମ୍ଭ ହୋଇଛି।
ଜାମ୍ମୁ କାଶ୍ମୀରରେ ପାରମ୍ପାରିକ ଭାବରେ ଅନେକ ବଡ ଶିଳ୍ପ ନଥିଲା। ସେମାନେ କୁଟୀର ଶିଳ୍ପ ଥିଲେ। ଆୟର ଉତ୍ସ ହେଉଛି ପର୍ଯ୍ୟଟନ। ବର୍ତ୍ତମାନ ୧୬ ଲକ୍ଷ ପର୍ଯ୍ୟଟକ ଆସିଛନ୍ତି। ନୂତନ ହୋଟେଲ ଖୋଲୁଛି, ଯେଉଁଥିପାଇଁ ବହୁ ସଂଖ୍ୟକ ଲୋକ ନିଯୁକ୍ତି ପାଇଛନ୍ତି ବୋଲି ତୁଷାର ମେହେତା କହିଛନ୍ତି।





