ପାଲଲହଡା ଅଞ୍ଚଳରେ ଅଭାବନୀୟ ଘଟଣା, ବଜ୍ରପାତ ନେଲା ଦୁଇ ଜୀବନ

ଭୁବନେଶ୍ୱର,୩/୫(ସତ୍ୟପାଠ ବ୍ୟୁରୋ): ପାଲଲହଡା ଥାନା କରଡାପାଳ ପଂଚାୟତ ସହରଗୁରୁଜାଙ୍ଗ ଗାଁ ରେ ଅଘଟଣ। ପୁଟୁକାମହୁଲ ନିକଟରେ ଥିବା ଏକ ଜମି ମରାମତି କରୁଥିବା ବେଳେ ବଜ୍ରପାତ ଘଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ମାନେ ସହରଗୁରୁଜାଙ୍ଗ ଗାଁର ମଦନ ମୋହନ ସାହୁ (୪୩) ଏବଂ ଧନେଶ୍ୱର ଦେହୁରୀ (୪୦)ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ମଦନ ସାହୁ ତାଙ୍କର ପୁଟୁକାମହୁଲରେ ଥିବା ଜମି ଜେସିବି ସାହାଯ୍ୟରେ ମରାମତି କରିବା ପାଇଁ ଧନେଶ୍ୱର ଦେହୁରୀ ସହ ଯାଇଥିଲେ। ଜେସିବିରେ ଜମି ମରାମତି କାମ ଚାଲିଥିବା ବେଳେ ବର୍ଷା ହେବାରୁ ନିକଟସ୍ଥ ଏକ ଗଛ ମୂଳେ ଉଭୟ ଆଶ୍ରୟ ନେଇଥିବା ସମୟରେ ବଜ୍ରପାତ ଘଟିଥିଲା।

ଏହାପରେ ଘଟଣାସ୍ଥଳରୁ ଉଭୟଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଘଟଣରେ ଜେସିବି ଅପରେଟର ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ତେବେ ବଜ୍ରପାତରେ ଦୁଇ ଜଣଙ୍କ ମୃତ୍ୟୁ ଖବର ପାଲଲହଡା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Related Posts