ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ଚିନ୍ତନ ଶିବିରରେ ୨୦୨୪ ପାଇଁ ପ୍ରସ୍ତୁତ ହେଲା ରୋଡ ମ୍ୟାପ ! ଦଳ ସାଙ୍ଗଠନିକସ୍ତରେ କେମିତି ମଜବୁତ ହେବ, ଜନତାଙ୍କ ବିଶ୍ଵାସଭାଜନ କେମିତ ହୋଇ ପାରିବ ସେ ନେଇ ଚିନ୍ତନ ଶିବିରରେ ଅନେକ ପ୍ରସ୍ତାବ ପାରିତ ହୋଇଛି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷା ନୂତନ ନାରା ମଧ୍ୟ ଦେଇଛନ୍ତି। ସେ କହିଛନ୍ତି ଉଦୟପୁର ନବ ସଂକଳ୍ପ ଶିବିରରେ ଯାହା ମନ୍ଥନ ହୋଇଛି ତାକୁ ଲାଗୁ କରାଯିବ। ଆମେ ନୂତନ ଉର୍ଜା ଏବଂ ନୂତନ ଚିନ୍ତାଧାରା ସହ ଲୋକଙ୍କ ନିକଟକୁ ଯିବୁ। ଗାନ୍ଧୀ ଜୟନ୍ତୀ ଦିନ ପାର୍ଟି କାଶ୍ମୀରରୁ କନ୍ୟାକୁମାରୀ ପର୍ୟ୍ୟନ୍ତ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବ।
ଏହି ସମୟରେ ‘ହମ ଓ୍ଵାପସ ଆଏଙ୍ଗେ’ର ନାରା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।ସୋନିଆ ଗାନ୍ଧୀ କହିଛନ୍ତି, ଭାରତ ଯୋଡୋ ଯାତ୍ରାରେ ସମସ୍ତ ଯୁବ ବର୍ଗ ଏବଂ ବରିଷ୍ଠ ନାଗରିକ ସାମିଲ୍ ହେବେ। ବିନା କୌଣସି ବିଶ୍ରାମରେ ଏହି ଯାତ୍ରା ଆରମ୍ଭ ହେବ। ଏହି ଯାତ୍ରାର ଉଦ୍ଦେଶ୍ୟ ସାଂପ୍ରଦାୟିକ ସୌହାର୍ଦ୍ଦ୍ୟ ଏବଂ ଆମ ସମ୍ବିଧାନର ମୂଲ୍ୟବୋଧକୁ ବଞ୍ଚାଇବା। ଦ୍ଵିତୀୟ ପର୍ୟ୍ୟାୟରେ ଜନଜାଗରଣ ଅଭିଯାନ ଆରମ୍ଭ କରାଯିବ। ଏଥିରେ ଅର୍ଥବ୍ୟବସ୍ଥା ଏବଂ ବେରୋଜଗାରୀ ପରି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଯିବ ବୋଲି ସୋନିଆ କହିଛନ୍ତି।





