ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମାଡ଼ିଆସୁଛି ଶକ୍ତିଶାଳୀ ଝଡ଼। ଆକାଶରେ ୧୦୦୦ କିଲୋମିଟର ଯାଏଁ ବିଶାଳ ମେଘ ସମୂହ। ତେବେ ପୂର୍ବ ଇରାନ ଏବଂ ସଂଲଗ୍ନ ଆଫଗାନିସ୍ତାନ ଉପରେ ସକ୍ରିୟ ପଶ୍ଚିମାଝଡ଼ ରହିଛି। ପୂର୍ବ ରାଜସ୍ଥାନ ଉପରେ ଏକ ଘୂର୍ଣ୍ଣିବଳୟ ପରିସର ରହିଛି। ପୂର୍ବ ରାଜସ୍ଥାନରୁ ପୂର୍ବ-କେନ୍ଦ୍ରୀୟ ଆରବ ସାଗର ପର୍ଯ୍ୟନ୍ତ ଏକ ଟ୍ରଫ୍ ଲାଇନ ସହିତ ମିଶି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ପୂର୍ବ ଦିଗରେ ଗତି କରୁଥିବା ପାଣିପାଗ ସିଷ୍ଟମ ଯୋଗୁଁ ଉତ୍ତର-ପଶ୍ଚିମ ରାଜ୍ୟଗୁଡ଼ିକର ଅଧିକାଂଶ ସ୍ଥାନରେ ବର୍ଷା, ବଜ୍ରପାତ ଏବଂ ପବନ ହେବାର ସମ୍ଭାବନା ରହିଛି। ଜମ୍ମୁ ଏବଂ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନରେ ହେବ। ସେପଟେ ଶନିବାର ସୁଦ୍ଧା, ଏହା ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼କୁ ବ୍ୟାପିବ ବୋଲି ସୂଚନା ମିଳିଛି ।





