ଭୁବନେଶ୍ୱର: କଟକ-ଭୁବନେଶ୍ୱର ପଳାଶୁଣି ଛକ ନିକଟରେ ମର୍ମତୁଦ ସଡକ ଦୁର୍ଘଟଣା | ଏକ କାରକୁ ଧକ୍କା ଦେଇଛି ଟ୍ରକ । ୨ଟି ଟ୍ରକ ମଝିରେ ଚାପି ହୋଇଯାଇଛି କାର । ଏକ ଟ୍ରକ ପଛରେ ନୀଳ ରଙ୍ଗର କାରଟି ରହିଥିବା ବେଳେ ପଛରୁ ଆଉ ଏକ ଟ୍ରକ ଖୁବ୍ ଜୋରରେ ଏହାକୁ ଧକ୍କା ଦେଉଛି ।
ଫଳରେ ୨ଟି ଟ୍ରକ ମଝିରେ କାରଟି ସଂପୂର୍ଣ୍ଣ ପେଶି ହୋଇଯାଇଛି । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହା ପରେ ରାସ୍ତା ଉପରେ ପ୍ରବଳ ଭିଡ଼ ଲାଗି ରହିଛି । ରାସ୍ତାରେ ଗାଡ଼ି ମଟର ଅଟକି ରହିବା ଫଳରେ ମୃତଦେହକୁ ଉଦ୍ଧାର କରିବା ମଧ୍ୟ ସମ୍ଭବ ହେଉନାହିଁ । ପାଖାପାଖି ୫ ଘଣ୍ଟା ହେଲାଣି ଅସମ୍ଭବ ଭିଡ଼ ଲାଗିଛି । କାରଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ କଟର ସାହାଯ୍ୟରେ କାଟି ମୃତ ଦେହକୁ ଉଦ୍ଧାର କରିବା ପାଇଁ ପୋଲିସ ପ୍ରୟାସ ଚଳାଇଛି ।
ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ପଳାଶୁଣି ଛକରେ ଘଟିଲା ଦୁର୍ଘଟଣା । ଏକ ଟ୍ରକଟି ଭାରସାମ୍ୟ ହରାଇ ସିରିଜି୍ ଦୁର୍ଘଟଣା ଘଟାଇଛି । ଏକ କାର୍କୁ ପଛ ପଟୁ ଧକ୍କା ଦେଇଥିଲେ ଟ୍ରକ, ଏହାପରେ ଏକ ବାଇକ୍କୁ ସହିତ ମଧ୍ୟ ଧକ୍କା ଦେଇଥିଲା । ଏହି ସିରିଜ୍ ଦୁର୍ଘଟଣାରେ କାର୍ଟି ସଂପୂର୍ଣ୍ଣ ଭାଙ୍ଗି ଚୁର୍ମାର ହୋଇଯାଇଥିବା ବେଳେ ପଲ୍ସର ବାଇକ୍ ମଧ୍ୟ ଭାଙ୍ଗିଯାଇଛି ।
ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଏହାସହିତ ଏହି ସିରିଜ ଦୁର୍ଘଟଣାରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ତାଙ୍କ ମୃତଦେହକୁ ଜବତ କରି ମେଡିକାଲକୁ ପଠାଇଛି ।
ସେହିପରି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଅନେକ ସମୟ ଧରି ରାସ୍ତାଘାଟ ଜାମ୍ ହୋଇଥିଲା । ଯାହାଫଳରେ ଲୋକମାନଙ୍କ ଯିବାଆସିବାରେ ଅସୁବିଧା ହେଉଥିଲା ।





