ଭିଜିଲାନ୍ସ ଜାଲରେ ଅବକାରୀ ASI

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭିଜିଲାନ୍ସ ଜାଲରେ ଅବକାରୀ ASI। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବାଲୁଗାଁ ଅବକାରୀ ASI ସୁଦୀପ୍ତ ଦାଶଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଉଛି। ସୁଦୀପ୍ତଙ୍କ ନୟାଗଡ଼ ଘର ଓ ବାଲୁଗାଁ ଭଡ଼ା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୪ଜଣ ଡିଏସପି ଓ ୬ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

ସୁଦୀପ୍ତ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସୁଦୀପ୍ତଙ୍କ ଘରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ସୂଚନା ମିଳିଛି।

Related Posts