ଓଡ଼ିଶାରେ ବଢ଼ୁଛି ଦୁର୍ଘଟଣାଜନିତ ମୃତ୍ୟୁ: ଜାଣନ୍ତୁ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା କେତେ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗୁଛି | ବଢୁଥିବା ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଜିଲ୍ଲାପାଳ ଏସପିମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ । ଟ୍ରାଫିକ ଓ କମିଶନରେଟ୍ ପୋଲିସ୍ ସମେତ ଆଂଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକୁ ଚିଠି ଲେଖି ଦୁର୍ଘଟଣା କମାଇବା ଓ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ ସତର୍କ କରାଇଛନ୍ତି ।

– ୨୦୨୦ ତୁଳନାରେ ଓଡ଼ିଶାରେ ଦୁର୍ଘଟଣାଜନିତ ମୃତ୍ୟୁ ୭.୨୪ ପ୍ରତିଶତକୁ ବଢ଼ିଛି
– ୨୦୨୧ ବର୍ଷରେ ରାଜ୍ୟରେ ୧୦ହଜାର ୯ଶହ ୮୪ ସଡ଼କ ଦୁର୍ଘଟଣା ଘଟିଛି
– ସେଥିରୁ ୫ହଜାର ୮୧ ଜଣ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ୯ହଜାର ୭ଶହ ୮୨ ଜଣ ଆହତ ହୋଇଛନ୍ତି
– ୨୦୧୪ରେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ୩୯୩୧ ଥିଲା
– ୨୦୨୧ରେ ଏହା ପାଖାପାଖି ୨୯ ପ୍ରତିଶତ ବୃଦ୍ଧି ପାଇଛି
– ରାଜ୍ୟରେ ବିଶେଷକରି ଗଜପତି, ଝାରସୁଗୁଡ଼ା, ବୌଦ୍ଧ ଓ ରାୟଗଡ଼ାରେ ଦୁର୍ଘଟଣାଜନିତ ମୃତ୍ୟୁ ୨୫ ପ୍ରତିଶତରୁ ଅଧିକ ରହିଛି
– ସେହିପରି କେନ୍ଦୁଝର, ଗଂଜାମ, ସୁନ୍ଦରଗଡ଼, ବାଲେଶ୍ୱର, ମୟୂରଭଂଜ, ଯାଜପୁର, ଖୋର୍ଦ୍ଧା ଓ କଟକରେ ୨୦୦ରୁ ଅଧିକ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି
– ଦୁର୍ଘଟଣାକୁ କମାଇବା ପାଇଁ ଏପ୍ରିଲ୍ ୧, ୨୦୨୨ରୁ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି |

ସେପଟେ ଦୁର୍ଘଟଣାକୁ କମାଇବା ନେଇ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଥିବା ଦେଖିବାକୁ ମିଳିଛି |

Related Posts