ବିହାରରେ କ୍ଷମତାରୁ ହଟିବା ପରେ ଭାଜପା ଅବସାଦଗ୍ରସ୍ତ ହୋଇ ମିଥ୍ୟା ପ୍ରଚାର କରୁଛି: ଉପେନ୍ଦ୍ର କୁଶଓ୍ବାହା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିହାରରେ କ୍ଷମତାରୁ ହଟିବା ପରେ ଭାରତୀୟ ଜନତା ପାର୍ଟି ଅବସାଦଗ୍ରସ୍ତ ହୋଇ ମିଥ୍ୟା ପ୍ରଚାର କରୁଛି। ଏହା କହିଛନ୍ତି ଜେଡିୟୁ ସଂସଦୀୟ ବୋର୍ଡ ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା । ମଙ୍ଗଳବାର ସମସ୍ତିପୁର ଗସ୍ତରେ ଥିବା କୁଶଓ୍ବାହା ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ଏଭଳି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଭାଜପା ହୀନମାନ୍ୟତାର ଶିକାର ହୋଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଉଛି। ଏହାକୁ ନେଇ ବିଜେପି ଲୋକଙ୍କୁ ବିଭ୍ରାନ୍ତ କରିବାର ବୃଥା ପ୍ରୟାସ ମଧ୍ୟ କରୁଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ବିହାରରୁ ଭାଜପା କ୍ଷମତା ହରାଇଛି। ଆଗକୁ କେନ୍ଦ୍ରରୁ ମଧ୍ୟ ଭାଜପା କ୍ଷମତା ହରାଇବ ବୋଲି ସେ ଦାବି କରିଛନ୍ତି।

ଭାଜପା ସହିତ ଯେତେବେଳେ ବିହାରରେ ନୀତୀଶଙ୍କ ସରକାର ଥିଲା ସେତେବେଳେ ରାଜ୍ୟରେ ଜଙ୍ଗଲ ଶାସନର କଥା ହିଁ ଉଠୁ ନଥିଲା। ମାତ୍ର ଏବେ ମହାମେଣ୍ଟ ସରକାରରେ ଏଭଳି ଅଭିଯୋଗ ଭାଜପା ପକ୍ଷରୁ ଉଠାଯିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ସେ କହିଛନ୍ତି।

ସୂଚନଯୋଗ୍ୟ ଯେ, ବିହାରରେ ଭାଜପା ଠାରୁ ଅଲଗା ହୋଇ ନୀତିଶ କୁମାର ମହା ଗଠବନ୍ଧନରେ ସାମିଲ ହୋଇ ସରକାର ଗଠନ କରିଛନ୍ତି। ଏହା ପରେ ଲଗାତାର ଉଭୟ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି।

Related Posts