ମୁଁ ଜୀବନ ଦେଇଦେବି ପଛେ, ବିଜେପିକୁ ପଶ୍ଚିମବଙ୍ଗ ବିଭାଜନ କରିବାକୁ ଦେବି ନାହିଁ: ମମତା ବାନାର୍ଜୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣିଥରେ ଶାସକ ବିଜେପିକୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେପଟେ ଭାରତୀୟ ଜନତା ପାର୍ଟିର କିଛି ନେତା ପଶ୍ଚିମବଙ୍ଗଠାରୁ ଅଲଗା ରାଜ୍ୟ ଦାବି କରିଛନ୍ତି। ବାସ ଏହା ପରେ ମମତା ବାର୍ନାଜୀ ଶାସକ ଦଳକୁ ଟାର୍ଗେଟ କରି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଉତ୍ତରପ୍ରଦେଶର ସମସ୍ତ ସମ୍ପ୍ରଦାୟର ଲୋକମାନେ ଦଶନ୍ଧି ଧରି ଏକାଠି ରହୁଛନ୍ତି, କିନ୍ତୁ ବିଜେପି ଲୋକଙ୍କୁ ବିଭାଜନ କରିବାକୁ ଚେଷ୍ଟା କରୁଛି।ଦଳର ଏକ ବୈଠକକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ ସୁପ୍ରିମୋ କହିଛନ୍ତି ଯେ ବିଜେପି ବେଳେବେଳେ ଗୋରଖାଲାଣ୍ଡ ଏବଂ ଉତ୍ତର ପଶ୍ଚିମବଙ୍ଗ ଗଠନ କରିବାକୁ ଦାବି କରୁଛି।

ଆବଶ୍ୟକ ହେଲେ ମୁଁ ମୋର ଜୀବନ ଦେଇଦେବି ପଛେ, କିନ୍ତୁ ରାଜ୍ୟକୁ ବିଭାଜନ କରିବାକୁ ଦେବି ନାହିଁ। ମମତା ବାନାର୍ଜୀ କହିଛନ୍ତି ଯେ କିଛି ଲୋକ ମୋତେ ଧମକ ଦେଉଛନ୍ତି, ମୁଁ ସେମାନଙ୍କୁ ଭୟ କରୁ ନାହିଁ ବୋଲି ମମତା ବାର୍ନାଜୀ କହିଛନ୍ତି । ଅନ୍ୟପଟେ କମତାପୁରା ଲିବରେସନ ଅର୍ଗାନାଇଜେସନ ମୁଖ୍ୟ ଜୀବନ ସିଂହ ଏକ ଭିଡିଓ ମାଧ୍ୟମରେ ଚେତାବନୀ ଦେଇଥିଲେ ଯେ କମତାପୁରା ଅଲଗା ରାଜ୍ୟ କରାଯାଉ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts