କଂଗ୍ରେସ ଛାଡିଲେ, ବିଜେଡିକୁ ଯିବେ ଚିରଞ୍ଜିବୀ!

ଭୁବନେଶ୍ୱର,୩୦/୩ (ସତ୍ୟପାଠ ବ୍ୟୁରୋ): କଂଗ୍ରେସରୁ ଇସ୍ତଫା ଦେଲେ ଚିରଞ୍ଜୀବ ବିଶ୍ୱାଳ। ଆଜି ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ସେଥିରେ ଉଲ୍ଲେଖ କରିଛନ୍ତି।

ତେବେ ୨୦୧୪ରେ ଜଗତସିଂହପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଚିରଞ୍ଜୀବ। ୨୦୧୯ରେ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ଲଢ଼ିଥିଲେ। କିନ୍ତୁ ହାରି ଯାଇଥିଲେ। ୨୦୦୯ରେ ମଧ୍ୟ ସେ ଏହି ଆସନରୁ କଂଗ୍ରେସ ଟିକେଟରେ ଲଢ଼ି ପରାସ୍ତ ହୋଇଥିଲେ।

ପରେ ଦଳର କାର୍ଯ୍ୟକାରୀ ସଭାପତି ଥିବା ଚିରଞ୍ଜିବୀ ଦଳ ଠାରୁ ଏକରକମ ଦୁରେଇ ରହିଥିଲେ | ନିକଟରେ ଭୁବନେଶ୍ୱର ଜୟଦେବ ଭବନରେ ‘ଜାନକୀ ବସନ୍ତ ଯୋଡି, ଓଡିଶାର ସୁବର୍ନ ଯୁଗ’ ଶୀର୍ଷକ ଏକ ଆଲୋଚନା ଚକ୍ରରେ ସେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଦର୍ଶାଇ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା | ହେଲେ ପରେ ଅଜୟ କୁମାର ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ରୂପେ ନେବାପରେ ଚିରଞ୍ଜିବୀଙ୍କ ଉପରୁ ନିଲମ୍ବନ ଉଠାଇ ନିଆଯାଇଥିଲା | ହେଲେ ଏବେ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଚିରଞ୍ଜିବୀ ଦଳ ଛାଡିଛନ୍ତି | ସେ ଖୁବଶୀଘ୍ର ବିଜେଡିରେ ଯୋଗଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି |

Related Posts