ନବାବ ମଲିକଙ୍କ ପରେ ତାଙ୍କ ପୁଅର ମଧ୍ୟ ରହିଛି ଅଣ୍ଡରୱାର୍ଡ କନେକକ୍ସନ; ଏନେଇ ତାଙ୍କ ପୁଅକୁ ସମନ ପଠାଇଲା ଇଡି

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦାଉଦ ଇବ୍ରାହିମ ମନି ଲଣ୍ଡରିଂ ମାମଲାରେ ନବାବ ମଲିକ ଗିରଫ ହେବା ପରେ ବର୍ତ୍ତମାନ ଇଡି ଟାର୍ଗେଟରେ ତାଙ୍କ ପୁଅ । ଇଡି ତାଙ୍କ ପୁଅ ଫରାଜ ମଲିକଙ୍କୁ ସମନ ପଠାଇଛନ୍ତି । ସେପଟେ ଫାରାଜଙ୍କୁ ଗତକାଲି ଇଡି ପକ୍ଷରୁ ଡ଼କାଯାଇଥିଲା । କିନ୍ତୁ ସେ ଉପସ୍ଥିତ ହୋଇନଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅନ୍ୟପଟେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନସିପି ନେତା ନବାବ ମଲିକଙ୍କୁ ମଧ୍ୟ ଇଡି ଗିରଫ କରିଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ମଲିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ତାଙ୍କୁ ଡିସଚାର୍ଜ କରାଯାଇଛି ଏବଂ ପୁନର୍ବାର ଇଡି ହେପାଜତରେ ରଖାଯାଇଛି ।

ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକ ବମ୍ବେ ହାଇକୋର୍ଟଙ୍କ ନିକଟରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ୱାରା ପଞ୍ଜୀକୃତ ହୋଇଥିବା ମନି ଲଣ୍ଡରିଂ ମାମଲାକୁ ବନ୍ଦ କରିବାକୁ କହିଛନ୍ତି। ମଲିକ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ତାଙ୍କ ଗିରଫ ବେଆଇନ ଏବଂ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ । ଏନସିପି ନେତା ନବାବ ମଲିକଙ୍କୁ ଗତ ବୁଧବାର ଦିନ ଇଡି ଗିରଫ କରିଥିଲା। ସେ ଦାଉଦ ଇବ୍ରାହିମଙ୍କ ଘନିଷ୍ଠ ବନ୍ଧୁଙ୍କଠାରୁ ସମ୍ପତ୍ତି କିଣିଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ଅର୍ଥ ହେରଫେର ମାମଲାରେ ଇଡି ମଧ୍ୟ ଅନୁସନ୍ଧାନ କରୁଛି। ବୁଧବାର ଦିନ ପ୍ରାୟ ୭ ଟା ସମୟରେ ଇଡି ଟିମ୍ ତାଙ୍କ ଘରେ ଚଢ଼ାଉ କରିଥିଲା। ଏହା ପରେ ଇଡି ତାଙ୍କୁ ସାଙ୍ଗରେ ଆଣିଥିଲା । ପ୍ରାୟ ଛଅ ଘଣ୍ଟା ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା ।

Related Posts