କରୋନାରୁ ସୁସ୍ଥ ହେବା ପରେ ପରେ ସୋନିଆଙ୍କ ନାକରୁ ରକ୍ତ ବାହାରୁଥିଲା: ଜୟରାମ ରମେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଏହା ମଧ୍ୟରେ ତାଙ୍କୁ ଭେଟିବାକୁ ଯାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ସୋନିଆଙ୍କ ସ୍ୱାସ୍ଥ୍ୟା ଅବସ୍ଥା ଉପରେ ସାର୍ବଜନୀନ କରିଛନ୍ତି। କରୋନାରୁ ସୁସ୍ଥ ହେବା ପରେ ପରେ ସୋନିଆଙ୍କ ନାକରୁ ରକ୍ତ ବାହାରୁଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ସୁଧାର ଆସିଛି। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଜୁନ୍ ୧୨ରେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେତେବେଳେ କରୋନାରୁ ସୁସ୍ଥ ହେବା ପରେ ତାଙ୍କ ଠାରେ ପ୍ରି-କୋଭିଡ ସମସ୍ୟା ଦେଖା ଦେଇଥିଲା।

ଏପରିକି ତାଙ୍କ ନାକରୁ ରକ୍ତ ବାହାରୁଥିବା କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।ଜୟରାମଙ୍କ କହିବା ମୁତାବକ, ହସ୍ପିଟାଲରେ ତୁରନ୍ତ ସୋନିଆଙ୍କ ଚିକିତ୍ସା ଆରମ୍ଭ ହୋଇଥିଲା। ଗୁରୁବାର ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ପରେ ତାଙ୍କର ଖକ୍ଟଙ୍ଗରକ୍ସ କ୍ସରଗ୍ଦକ୍ଟ୍ରସକ୍ସବଗ୍ଧକ୍ଟକ୍ସଚ୍ଚ ଗ୍ଧକ୍ସବମଗ୍ଧରେ ଫଙ୍ଗଲ ଇନ୍ଫେକସନ୍ ହୋଇଥିବା ଜଣାପଡିଥିଲା। ବର୍ତ୍ତମାନ ସୋନିଆଙ୍କ ଚିକିତ୍ସା ଜାରି ରହିଛି। ଡାକ୍ତରଙ୍କ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଲଗାତର ନଜର ରଖିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts