ଟ୍ବିଟର ପରେ ଏବେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍‌ରେ ବ୍ଲୁ ଟିକ୍ ପାଇଁ ଦେବାକୁ ପଡିବ ଟଙ୍କା, ଘୋଷଣା କଲେ ମେଟା ଫାଉଣ୍ଡର ମାର୍କ ଜୁକରବର୍ଗ

ଭୁବନେଶ୍ୱର,୨୦/୨(ସତ୍ୟପାଠ ବ୍ୟୁରୋ): ମାଇକ୍ରୋ ବ୍ଳଗିଂ ପ୍ଲାଟଫର୍ମ ଟ୍ବିଟର ପରେ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ରେ ମଧ୍ୟ ବ୍ୟବହାରକାରୀମାନଙ୍କୁ ବ୍ଲୁ ଟିକ୍ ଭେରିଫିକେସନ୍ ପାଇଁ ଟଙ୍କା ଦେବାକୁ ପଡିବ। ମେଟା ନ୍ୟୁ ୟୁଜର ପ୍ରୋଫାଇଲରେ ବ୍ଲୁ ବ୍ୟଜ୍‌ ଅଫର କରିବା ପାଇଁ ପ୍ରିମିୟମ ଭେରିଫିକେସନ୍ ସର୍ଭିସ ଲଞ୍ଚ କରିବାର ଘୋଷଣା କରିଛି। ଯାହାଫଳରେ ଫେସବୁକ୍ ଓ ଇନଷ୍ଟାଗ୍ରାମ୍‌ରେ ଏବେ ବ୍ଲୁ ଟିକ୍ ମିଳିବା ସହଜ ହୋଇଯିବl ମେଟାର ଫାଉଣ୍ଡର ମାର୍କ ଜୁକରବର୍ଗ ଘୋଷଣା କରିଛନ୍ତି ଯେ, ଫେସବୁକ୍ ଦ୍ବାରା ଚଳିତ ସପ୍ତାହରେ ମେଟା ଭେରିଫାଏଡ୍‌ ଲଞ୍ଚ କରିଦିଆଯିବ। ଟଙ୍କା ଦେଇ ବ୍ଲୁ ଟିକ୍ ମିଳି ପାରିବ ଓ ଆକାଉଣ୍ଟ ମଧ୍ୟ ଭେରିଫାଏଡ୍ ହେବ। ଏହା ପୂର୍ବରୁ ଏଲନ୍ ମସ୍କଙ୍କ ଦ୍ବାରା ଟ୍ବିଟରକୁ ନେଇ ମଧ୍ୟ ଏଭଳି ଘୋଷଣା କରାଯାଇ ସାରିଛି।

ତେବେ ଜୁକରବର୍ଗଙ୍କ ଘୋଷଣା ଅନୁସାରେ, ଏବେ ଗ୍ରାହକ ଟଙ୍କା ଦେଇ ବ୍ଲୁ-ଟିକ୍ ହାସଲ କରିପାରିବେ । ଆଣ୍ଡ୍ରଏଡ୍ ୟୁଜରମାନଙ୍କୁ ମାସକୁ ୧୪ ଦଶମିକ ୯୯ ଡଲାର ବା ୧୨୦୦ରୁ ଅଧିକ ଟଙ୍କା ଏବଂ ୱେବ୍ ୟୁଜରମାନଙ୍କୁ ମାସିକ ୧୧ ଦଶମିକ ୯୯ ଡଲାର ବା ୧ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ଜୁକରବର୍ଗ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି । ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆରେ ଚଳିତ ସପ୍ତାହରେ ଏହି ସେବା ଆରମ୍ଭ ହେବ । ବାକି ଦେଶ ଗୁଡ଼ିକରେ ଖୁବଶୀଘ୍ର ଏହି ସେବା ଆରମ୍ଭ ହେବ ବୋଲି ଜୁକରବର୍ଗ କହିଛନ୍ତି ।

ତେବେ ଦୀର୍ଘ ସମୟ ଧରି ଚର୍ଚ୍ଚା ଚାଲିଥିଲା ଯେ, ଫେସବୁକ୍ ପକ୍ଷରୁ ବ୍ଲୁଟିକ୍ ନେଇ କୌଣସି ବଡ ଘୋଷଣା କରଯିବ। ମାର୍କ ଜୁକରବର୍ଗଙ୍କ ଟିମ୍‌ ମେଟା ଭେରିଫାଏଡ୍‌କୁ ନେଇ ଦୀର୍ଘ ସମୟ ହେବ ରିସର୍ଚ୍ଚ କରୁଥିଲା। ବହୁ ଚର୍ଚ୍ଚା ପରେ ଏବେ ଜୁକରବର୍ଗ ଫେସବୁକ୍‌କୁ ନେଇ ଏହି ବଡ ଘୋଷଣା କରିଛନ୍ତି।

Related Posts