ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର କ୍ରୀଡା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ସାରା ଦେଶରେ ଚର୍ଚ୍ଚା | ବିଜେପି ଓ ଅନ୍ୟକିଛି ସଂଗଠନ ଏନେଇ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିବାବେଳେ କ୍ଷମା ମାଗିବେ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି ଜୁନିୟର ଷ୍ଟାଲିନ |
ଏନେଇ ପ୍ରତିକ୍ରିୟା ଦେଇଛ ସେ ଲକହିଛନ୍ତି ଯେ, ମୁଁ ହିନ୍ଦୁ ଧର୍ମ ବିରୋଧରେ କୌଣସି ମନ୍ତବ୍ୟ ଦେଇନାହିଁ | ବରଂ ସନାତନ ଧର୍ମରେ ଥିବା ଜାତିଗତ ବୈଷମ୍ୟତାକୁ ଵିରୋଧ କରି ମନ୍ତବ୍ୟ ଦେଇଥିଲି | ସେ ଆହୁରି କହିଛନ୍ତି ଯେ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଂକୁ ନୁଆ ସଂସଦର ଉଦଘାଟନକୁ ନିମନ୍ତ୍ରଣ ନକରି ଦୂରେଇ ରଖିବା ସନାତନ ଧର୍ମର ବୈଷମ୍ୟତାର ସଦ୍ୟ ଉଦାହରଣ | ଏହି ମନ୍ତବ୍ୟ ପାଇଁ ସେ ସମସ୍ତ ପ୍ରକାର ଆଇନ ଗତ ପ୍ରକ୍ରିୟାର ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି | ସେ ଦେଇଥିବା ମନ୍ତବ୍ୟ କୋର୍ଟରେ ମଧ୍ୟ ଦୋହରାଇବେ ଓ ଏନେଇ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି |





