ଇଡି, ସିବିଆଇ, ଆୟକର ବିଭାଗ ଭଳି ସଂସ୍ଥାଗୁଡ଼ିକର ସରକାରଙ୍କ ଦ୍ଵାରା ଅପବ୍ୟବହାର କରାଯାଉଛି : ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦୁଇ ଦିନ ଧରି ଲୋକ ସଭା ଓ ରାଜ୍ୟ ସଭାରେ ଦରଦାମ ବୃଦ୍ଧି ବିଷୟରେ ଆଲୋଚନା ହେବା ପରେ ବୁଧବାର ରାଜ୍ୟ ସଭାରେ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡ଼ଗେ ସିବିଆଇ, ଇଡି, ଆୟକର ଭଳି ଏଜେନ୍ସିର ଅପବ୍ୟବହାର ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଇଡି, ସିବିଆଇ, ଆୟକର ବିଭାଗ ଭଳି ସ୍ବୟଂଶାସିତ ସଂସ୍ଥାଗୁଡ଼ିକର ସରକାରଙ୍କ ଦ୍ଵାରା ଅପବ୍ୟବହାର କରାଯାଉଛି।ରାଜନୈତିକ ବିରୋଧୀଙ୍କ ପ୍ରତି ସରକାର ପ୍ରତିଶୋଧ ପରାୟଣ ହେଉଛନ୍ତି। ଗଣତାନ୍ତ୍ରିକ ସରକାରକୁ ହଟାଇବା ପାଇଁ ଏହି ସଂସ୍ଥା ଗୁଡ଼ିକୁ ବ୍ୟବହାର କରାଯାଉଛି। ଏହା ଦ୍ୱାରା ବିଜେପି ସରକାର ଗଣତନ୍ତ୍ରକୁ ସଙ୍କଟ ମୁହାଁ କରୁଥିବା ମଲ୍ଲିକାର୍ଜୁନ ଅଭିଯୋଗ କରିଛନ୍ତି।

ଏହାସହ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ରାଜ୍ୟ ସଭାରେ ଇଡି ଦ୍ୱାରା ସଞ୍ଜୟ ରାଉତଙ୍କୁ ଗିରଫ କରିବା ପ୍ରସଙ୍ଗ ଉଠାଇଛନ୍ତି। ମହାରାଷ୍ଟ୍ରରେ ଆଇନ ଏବଂ ସମ୍ବିଧାନକୁ ଅଣଦେଖା କରାଯାଉଥିବା ପ୍ରିୟଙ୍କା କହିଛନ୍ତି। ସରକାର ଅହଂକାର ର ଶେଷ ସୀମାରେ ପହଞ୍ଚି ବିରୋଧୀଙ୍କ ଠାରୁ ପ୍ରତିଶୋଧ ନେଉଛନ୍ତି ବୋଲି ପ୍ରିୟଙ୍କା ଗୃହରେ କହିଛନ୍ତି।

Related Posts