AICC ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ED ସମନକୁ ନିନ୍ଦା: ୨୧ରେ ପଦଯାତ୍ରା କରି ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ବର : AICC ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ED ସମନକୁ ନିନ୍ଦା କରିଛି କଂଗ୍ରେସ । ତେବେ ଏନେଇ ପଦଯାତ୍ରା କରି ଆନ୍ଦୋଳନ କରିବ କଂଗ୍ରେସ । ଆସନ୍ତା ଜୁଲାଇ ୨୧ରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ED ଅଫିସ ଯାଏଁ ପଦଯାତ୍ରା କରିବ କଂଗ୍ରେସ । ସେଠାରେ ED ଅଫିସ୍ ଘେରାଉ କରିବେ ଦଳ। ଜୁଲାଇ ୨୨ରେ ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନ ହେବ।

ଅନ୍ୟପଟେ ବିଧାୟକ ମହମ୍ମଦ ମୋକିମ୍‌ଙ୍କ କାର୍ଯ୍ୟ ସଂପର୍କରେ ହାଇକମାଣ୍ଡଙ୍କୁ ଜଣାଇଛୁ ବୋଲି ଶରତ ପଟ୍ଟନାୟକ କହିଛନ୍ତି । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ। ଯାହା ବିଧାନସଭାରେ ଭୋଟିଂ ବେଳେ ଘଟିଲା, ମୁଁ ସେ ସବୁ ଦସ୍ତାବିଜ୍ ପାଇଁ ଅପେକ୍ଷା କରିଛି। କାରଣ ଦର୍ଶାଅ ବି ମାଗି ପାରିବି। ହେଲେ ଦସ୍ତାବିଜ୍ ଅପେକ୍ଷାରେ ଅଛି।

ସମସ୍ତଙ୍କର ଭୋଟ୍ ଦେବାର ଅଧିକାର ଅଛି । ଆମ ଭିତରେ କିଛି ମତଭେଦ ନଥିଲା। ସବୁ ଏକ ହୋଇ ଆମ ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ନିଷ୍ପତ୍ତି ହୋଇଥିଲା ବୋଲି ପିସିସି ସଭାପତି କହିଛନ୍ତି ।

Related Posts