ୟୁକ୍ରେନରୁ ବାହାରିଲା ଏୟାର ଇଣ୍ଡିଆର ନବମ ବିମାନ

ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଋଷ ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ବେଳେ, ସେଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ସରକାରଂକ ପାଇଁ ବଡ଼ ଚ୍ୟାଲେଜ୍ ପାଲଟିଛି । ବୋମା ଓ ମିଶାଇଲ ମାଡ଼ ମଧ୍ୟରେ ଭାରତୀୟଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଆଣିବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ସେପଟେ ଏହି ସଂକଟ ମଧ୍ୟରେ ଭାରତ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଆଜି ଏୟାର ଇଣ୍ଡିଆର ନବମ ବିମାନ ୨୧୮ ଭାରତୀୟଙ୍କୁ ନେଇ ୟୁକ୍ରେନରୁ ଆସୁଥିବା ସୁଚନା ମିଳିଛି । ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ଭାରତ ଫେରିଲେ ଆଉ ୧୮୨ ଜଣ ଭାରତୀୟ । ଅପରେସନ୍ ଗଙ୍ଗାର ସପ୍ତମ ବିମାନ ୧୮୨ ଜଣ ଭାରତୀୟଙ୍କୁ ନେଇ ମୁମ୍ବାଇ ପହଂଚିଛି । କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ସମସ୍ତ ଭାରତୀୟଙ୍କୁ ସ୍ୱାଗତ କରିଥିଲେ । ସେହିପରି ଆଉ ୨୧୮ ଭାରତୀୟଙ୍କୁ ନେଇ ୟୁକ୍ରେନରୁ ବାହରିଲା ଏୟାର ଇଣ୍ଡିଆର ନବମ ବିମାନ । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ବୈଦେଶିକ ବେପାର ମନ୍ତ୍ରୀ ଏସ ଜୟଶଙ୍କର ।

ବର୍ତ୍ତମାନ ସୁଦ୍ଧା ସ୍ୱେଦେଶ ଫେରିଲେଣି ୨ହଜାରରୁ ଅଧିକ ଭାରତୀୟ।

Related Posts