ଦଳରେ ବିଦ୍ରୋହ ପରେ ଶରଦ ପାୱାରଙ୍କୁ ଭେଟିଲେ ଅଜିତ ଓ ନୂତନ ଭାବେ ଶପଥ ନେଇଥିବା ମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ରାଜନୀତି ଏବେ ଏକ ରୋଚକ ମୋଡ଼ ଦେଇ ଗତି କରୁଛି | ଶରଦ ପାୱାରଙ୍କ ଦଳ ଏନସିପିରେ ତାଙ୍କ ପୁତୁରା ଅଜିତ ପାୱାର ବିଦ୍ରୋହ କରିବା ପରେ ରାଜ୍ୟରେ ରାଜନୀତି ସରଗରମ ହୋଇଛି | ବିଦ୍ରୋହ ପରେ ଅଜିତଙ୍କୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପଦ ସହିତ ଅର୍ଥ ଓ ଯୋଜନା ବିଭାଗର ଦାଇତ୍ୱ ମିଳିଛି | ଗୋଟିଏ ପଟେ ଶରଦ ପାୱାର ବିଦ୍ରୋହୀ ଗୋଷ୍ଠୀଙ୍କ ବିରୋଧରେ ରାଜ୍ୟ ସାରା ବୁଲି ସଭା କରୁଥିବା ବେଳେ ଦଳରୁ ବିଦ୍ରୋହ କରିଥିବା ଅଜିତ ଓ ତାଙ୍କ ସହ ଶପଥ ନେଇଥିବା ଏନସିପିର ନୂଆ ମନ୍ତ୍ରୀ ମାନେ ଆଜି ଶରଦ ପାୱାରଙ୍କୁ ଭେଟିଛନ୍ତି |

ବଡ କଥା ଯେ ନୂଆ ମନ୍ତ୍ରୀଙ୍କ ସହ ପ୍ରଫୁଲ୍ଲ ପଟେଲ ମଧ୍ୟ ଶରଦଙ୍କୁ ଭେଟିଛନ୍ତି | ପ୍ରଫୁଲ୍ଲଙ୍କ ସମେତ ଛଗନ ଭୁଜବଳ, ସଞ୍ଜୟ ବନସାଦେ, ଅଦିତି ତଟକରେ, ହସନ ମୁସରିଫ, ଧନଞ୍ଜୟ ମୁଣ୍ଡେ, ଦିଲୀପ ବଲସେ, ଦିଲ୍ଲୀପ ପାଟିଲ ପ୍ରମୁଖ ଶରଦଙ୍କୁ ଭେଟିଛନ୍ତି | ଦଳରେ ବିଭାଜନ ପରେ ଅଜିତ ଓ ଶରଦଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତକାର ହୋଇଥିଲା ।

ତେବେ ଶରଦ ପାୱାରଙ୍କୁ ଭେଟିବା ପରେ ଅଜିତ ପାୱାରଙ୍କ ଦଳର ନେତା ପ୍ରଫୁଲ ପଟେଲ କହିଛନ୍ତି ଯେ ଶରଦ ପାୱାର ଆମ ପାଇଁ ସବୁ କିଛି । ଆମ ମନରେ ଏବେ ବି ଶରଦ ପାୱାରଙ୍କ ପ୍ରତି ସମ୍ମାନ ରହିଛି। ଆମେ ଏଠାକୁ ଆସି ତାଙ୍କ ଆଶୀର୍ବାଦ ନେଇଛୁ | ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ ଶରଦ ପାୱାର ଆମ କଥା ଶୁଣିଛନ୍ତି। ଦଳ କିପରି ଏକଜୁଟ ରହିବ ସେ ବିଷୟରେ ପାୱାର ଚିନ୍ତା କରିବା ଉଚିତ୍।

ଅନ୍ୟପଟେ ଶରଦ ପାୱାରଙ୍କ ଗୋଷ୍ଠୀର ନେତା ଜୟନ୍ତ ପାଟିଲ କହିଛନ୍ତି ଯେ ଅଜିତ ପାୱାର ଏବଂ ଅନ୍ୟ ବିଧାୟକମାନେ କାହିଁକି ଏଠାକୁ ଆସିଛନ୍ତି ମୁଁ ଜାଣେ ନାହିଁ?

ସୂଚନାଯୋଗ୍ୟ ଯେ, ଜୁଲାଇ ୨ ରେ ଅଜିତ ପାୱାର ତାଙ୍କ ଦାଦା ଶରଦ ପାୱାରଙ୍କ ଦଳ ଏନସିପିରେ ଅନେକ ବିଧାୟକଙ୍କ ସହ ବିଦ୍ରୋହ କରି ବିଜେପି-ଏକନାଥ ସିନ୍ଦେ ମେଣ୍ଟ ସରକାରରେ ଯୋଗ ଦେଇଥିଲେ ।

ବିଦ୍ରୋହ ପରେ ଶରଦ ପାୱାରଙ୍କୁ ଭେଟିଲେ ଅଜିତ ଓ ନୂତନ ଭାବେ ଶପଥ ନେଇଥିବା ମନ୍ତ୍ରୀ

Related Posts