‘ପରିବାରକୁ ସମ୍ଭାଳି ପାରିଲେନି ଅଖିଳେଶ’ ସେପଟେ ଅପର୍ଣ୍ଣା ବିଜେପିରେ ମିଶିବା ପରେ ଏପରି କହିଲା ବିଜେପି

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ମୁଲାୟମ ସିଂହ ଯାଦବଙ୍କ ଛୋଟ ବୋହୂ ବିଜେପିରେ ମିଶିବା ପରେ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । କିଏ ଏହାକୁ ବିଜେପିର ପ୍ରତିଶୋଧ ବୋଲି ମଧ୍ୟ କହୁଥିବାର ଦେଖିବାକୁ ମିଳିଛି । କାହିଁକିନା ସମାଜବାଦୀ ପାର୍ଟି ବିଜେପିର ନେତାମାନଙ୍କୁ ଟାର୍ଗେଟ କରି ନିଜ ଦଳରେ ମିଶାଇବାରେ ଲାଗିଥିଲା । ଏପରିସ୍ଥିତିରେ ମୁଲାୟମ ସିଂହ ଯାଦବଙ୍କ ଛୋଟ ବୋହୂ ବିଜେପିରେ ମିଶିଛନ୍ତି । ଫଳରେ ‘ବିଧାୟକ କା ଜବାବ ବୋହୂ ସେ’ ବୋଲି ବିଜେପି ସମର୍ଥକମାନେ କହୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ଅଖିଳେଶ ଜଣେ ଭଲ ମୁଖ୍ୟମନ୍ତ୍ରୀ ହୋଇପାରିଲେ ନା ଜଣେ ଭଲ ସାଂସଦ ହୋଇପାରିଲେ ।

ଏପରିକି ନିଜ ପରିବାରର ମଧ୍ୟ ଅଖିଳେଶ ହୋଇପାରିଲେ ନାହିଁ ବୋଲି କଟାକ୍ଷ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଅଖିଳେଶଙ୍କୁ ରାଜ୍ୟର ବିକାଶମୂଳକ ଯୋଜନାରେ ଶ୍ରେୟ ନେବାକୁ ପସନ୍ଦ କରନ୍ତି । ହେଲେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସାହାସ କରନ୍ତି ନାହିଁ ବୋଲି ଅଖିଳେଶଙ୍କୁ ପରିହାସ କରି କହିଛନ୍ତି । ଏହା ସହ ଅଖିଳେଶ ଯାଦବ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭୟ କରୁଛନ୍ତି । ନିଜ ପାଇଁ ଏକ ସୁରକ୍ଷିତ ଆସନ ଖୋଜିବା ପାଇଁ ସେ ଏତେ ସମୟ ନେଇଛନ୍ତି । ବିକାଶ ଭୂମିରେ ନିର୍ବାଚନ ଲଢ଼ିବାକୁ ସେ ଭୟ କରୁଛନ୍ତି । ଅଖିଲେଶ ଜୀ, ପ୍ରଥମେ କୁହନ୍ତୁ ୨୦୧୨ ରୁ ୨୦୧୭ ପର୍ଯ୍ୟନ୍ତ ସର୍ବାଧିକ ବିକାଶ କେଉଁଠାରେ ହୋଇଥିଲା? ଆପଣ ବିଜେପିର ବିକାଶ କାର‌୍ୟ୍ୟ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି । ଅନ୍ୟପଟେ ଅଖିଳେଶ ପ୍ରଥମ ଥର ପାଇଁ ୟୁପି ବିଧାନସଭା ନିର୍ବାଚନରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି। ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ପଦକ୍ଷେପ ପରେ ଏଥିପାଇଁ ତାଙ୍କ ଉପରେ ଚାପ ବଢ଼ିଛି । ହେଲେ ଅଖିଳେଶଙ୍କ ଆସନ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।

Related Posts