ଅଖିଳେଶ ଯାଦବଙ୍କ ସୁର ଓ ତାଳ ଖୁବଶୀଘ୍ର ବିଗିଡ଼ିବାକୁ ଯାଉଛି: ଦାନିଶ ଅନସାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପରେ ସମାଜବାଦୀ ପାର୍ଟିରେ ଦଳୀୟ କନ୍ଦଳ ଦେଖାଦେଇଛି । ପ୍ରଗତି୍ୱଶିଲ ସମାଜବାଦୀ ପାର୍ଟି୍ୱର ସଭାପତି ଶିବପାଲ ଯାଦବଙ୍କ ପରେ ବର୍ତ୍ତମାନ ଏସପି ନେତା ଆଜମ ଖାନ ମଧ୍ୟ ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପରେ ରାଗିଛନ୍ତି ବୋଲି କୁହାଯାଉଛି। ଏହା ମଧ୍ୟରେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ମନ୍ତ୍ରୀ ଦାନିଶ ଆଜାଦ ଅନସାରୀଙ୍କୁ ଏହା ବିଷୟରେ ପଚରାଯିବାରୁ ଅଖିଳେଶ ଯାଦବଙ୍କ ସ୍ୱର ଖରାପ ହେବାକୁ ଯାଉଛି ବୋଲି ସେ କହିଛନ୍ତି। ଏହା ସହ ନିର୍ବାଚନ ପରେ ଏହା ସାମ୍ନାକୁ ଆସିଛି ଯେ ସମାଜବାଦୀ ପାର୍ଟି ଅନ୍ୟଦଳମାନଙ୍କ ସହ କେବଳ ଲୋଭ ପାଇଁ ଗଠବନ୍ଧନ କରିଥିଲା । ଏମାନେ କେବଳ କ୍ଷମତାକୁ ଉପଭୋଗ କରିବାକୁ ଏକାଠି ହୋଇଥିଲେ । ଯେତେବେଳେ ଜନସାଧାରଣ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି ସେତେବେଳେ ସେମାନେ ପରସ୍ପର ମଧ୍ୟରେ ବିଭାଜନ ହୋଇଛନ୍ତି ବୋଲି ଯୋଗୀଙ୍କ ମନ୍ତ୍ରୀ ଦାନିଶ ଆଜାଦ କହିଛନ୍ତି ।

କେବଳ ଏତିକି ନୁହେଁ ବରଂ ବର୍ତ୍ତମାନ ସମାଜବାଦି ପାର୍ଟିରେ ଆଜମ ଖାନ ଏବଂ ଅଖିଳେଶ ଯାଦବଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । କିଛି ଦିନ ପୂର୍ବରୁ ଆଜମ ଖାନଙ୍କ ଗଣମାଧ୍ୟମ ପ୍ରଭାରୀ ଅଖିଳେଶ ଯାଦବଙ୍କ ଟାର୍ଗେଟ କରି ବଡ଼ ବୟାନ ଦେଇଥିଲେ । ଏନେଇ ଦାନିଶ ଅନସାରୀ ମଧ୍ୟ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ କାହା ଭୋଟରେ ସେ ବିରୋଧୀ ଦଳର ନେତା ହୋଇଛନ୍ତି, ସେ କାହିଁକି ତାଙ୍କ ଅଧିକାର ବିଷୟରେ କଥାବାର୍ତ୍ତା କରୁନାହାଁନ୍ତି। ବିଜେପି ବିଷୟରେ ସେ କହିଛନ୍ତି ଯେ ଆମ ସରକାରରେ ସଂଖ୍ୟାଲଘୁଙ୍କ ପାଇଁ ଅନେକ ଯୋଜନା କରାଯାଇଛି। ଏହି ଯୋଜନାଗୁଡିକର ଲାଭ କୌଣସି ଭେଦଭାବ ବିନା ସିଧାସଳଖ ସଂଖ୍ୟାଲଘୁମାନଙ୍କ ପାଇଁ ବିସ୍ତାର କରାଯାଇଥିଲା । ସେଥିପାଇଁ ସମାଜର ସମସ୍ତ ବିଭାଗ ଆମକୁ ଭୋଟ୍ ଦେଇଥିଲେ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts