ମୁମ୍ବାଇ: ସତ ଜନ୍ମ ପାଇଁ ପରସ୍ପର ସାଥି ହେବାକୁ ଯାଉଛଂତି ଆଲିଆ ଭଟ୍ଟ ଓ ରଣବୀର କପୁର | ତେବେ ବେଶ କିଛି ଦିନ ହେବ ତାଙ୍କ ବିବାହକୁ ନେଇ ଖବର ବେଶ ଚର୍ଚାରେ ଥିବା ବେଳେ, ତେବେ ଆଜି ରଣବୀରଙ୍କ ନାଁର ମେହେନ୍ଦି ଲଗାଇବେ ବଲିଉଡର ଗଙ୍ଗୁବାଇ ଆଲିଆ ଭଟ୍ଟ | କପୁର ଖାନ୍ଦାନର ସେ ପାଲଟିବେ ଛୋଟି ବୋହୂ। ରଣବୀର କପୁରଙ୍କ ସହ ନେବେ ସାତ ଫେରା। ଆଜିଠୁ ଏହି ଦୁଇ ଲଭ୍ ବାର୍ଡଙ୍କ ଆରମ୍ଭ ହୋଇଛି ପ୍ରି ୱେଡିଂ ଫଙ୍କସନ୍।
ବିବାହ ଫଙ୍କସନ୍ ଆରମ୍ଭ ହେବା ପୂର୍ବରୁ ରଣବୀର କପୁରଙ୍କ ଘର ପୁରାପୁରି ନବବଧୂ ଭଳି ସଜେଇ ହୋଇପଡିଛି। ଆଲିଆ ଭଟ୍ଟଙ୍କ ଆପାର୍ଟମେଣ୍ଟ ମଧ୍ୟ ସେହି ବିଲ୍ଡିଂରେ ହିଁ ରହିଛି, ଯାହାକୁ ଫୁଲ ଏବଂ ଲାଇଟ୍ରେ ସଜେଇ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ଆଜି ସକାଳୁ ପ୍ରିୱେଡିଂ ସେରେମୋନି ଆରମ୍ଭ ହୋଇଯାଇଛି।
ରଣବୀର କପୁର ନିଜ ଲେଡି ଲଭ୍ ଆଲିଆ ଭଟ୍ଟଙ୍କ ସହ ବାସ୍ତୁରେ ସାତ ଫେରେ ନେବେ। ଏହି ବିଲ୍ଡିଂରେ ଆଲିଆ ଏବଂ ରଣବୀର ଦୁହିଁଙ୍କ ଆପର୍ଟମେଣ୍ଟ ଅଛି। ୱେଡିଂ ଡେ’ ପୂର୍ବରୁ ୧୨ ଏପ୍ରିଲ ଦିନ ଠାରୁ ‘ବାସ୍ତୁ’ ଲାଇଟ୍ ମାଳରେ ଝଲିସି ଉଠିଥିବା ଦେଖିବାକୁ ମଳିଛି। ସୋଶାଲ ମିଡିଆରେ ଏହି ବାସ୍ତୁ ଆପର୍ଟମେଣ୍ଟର ଅନେକ ଫଟୋ ଓ ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି।
ତେବେ ବିବାହ ଫଙ୍କସନ୍ ଭିତରେ ରଣବୀର-ଆଲିଆଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି। ପ୍ରକୃତରେ ଏହି ଭିଡିଓଟି ହେଉଛି ତାଙ୍କ ଅପ୍କମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ଗୀତ ‘କେସରିଆ’ର ଟିଜର। ଏହି ଗୀତକୁ ଫିଲ୍ମର ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ ସୋଶାଲ ମିଡିଆରେ ଶେଆର କରିଛନ୍ତି। ଏଥିସହ ସେ କ୍ୟାପସନ୍ ରଣବୀର-ଆଲିଆଙ୍କୁ ବିବାହ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏହି ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ରିଲିଜ ହେବ।
ରଣବୀର କପୁର ତାଙ୍କ ଭାବି ପତ୍ନୀଙ୍କ ପାଇଁ ଅନେକ ବିଶେଷ ପ୍ଲାନ କରିଛନ୍ତି। ରିପୋର୍ଟ ଅନୁଯାୟୀ, ସେ ବିଦେଶରୁ ଆଲିଆ ଭଟ୍ଟଙ୍କ ପାଇଁ ଏକ ବିଶେଷ ଉପହାର ମଗାଇଛନ୍ତି। ତାହା ଜଣେ ବନ୍ଧୁଙ୍କ ମଧ୍ୟରେ ଆଣିଛନ୍ତି । ରଣବୀର କପୁରଙ୍କ ଘନିଷ୍ଠ ବନ୍ଧୁ ତଥା ଜଣାଶୁଣା ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କୁ ଗତକାଲି ରାତିରେ ଅଭିନେତାଙ୍କ ଘର ବାହାରେ ଦେଖିବାକୁ ମିଳିଥିଲା। ଏହି ସମୟରେ ଆୟାନଙ୍କ ମୁହଁରେ ଏକ ଭିନ୍ନ ଖସଖୁସିର ଉତ୍ସାହ ଦେଖିବାକୁ ମିଳିଥିଲା ।





