ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ସବୁ ମନ୍ତ୍ରୀ ଦେଲେ ଇସ୍ତଫା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ସବୁ ମନ୍ତ୍ରୀ ଦେଲେ ଇସ୍ତଫା । ପ୍ରଥମଥର ପାଇଁ ନବୀନଙ୍କ ମନ୍ତ୍ରିମଣ୍ଡଳରୁ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସେପଟେ ଆସନ୍ତାକାଲି ରାଜଭବନରେ ନୂଆମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଅନ୍ୟପଟେ ଦଳପାଇଁ ତଳସ୍ତରରେ ସାଙ୍ଗଠନିକ ଦକ୍ଷତାକୁ ମଜବୁତ କରିବା ପାଇଁ ଯେଉଁ ନେତା କାମ କରିଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନରେ ଯେଉଁମାନେ ଦଳ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି ନବୀନ ସେମାନଙ୍କୁ ସୁଯୋଗ ଦେବାକୁ ଯାଉଛନ୍ତି । ଆଉ ଏହି ନୂଆ ତାଲିକାରେ ଅନେକ ନେତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି ।

ସବୁମନ୍ତ୍ରୀ ଇସ୍ତଫା ଦେବା ପରେ ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବା ହୋଇଚାଲିଛି । ଚର୍ଚ୍ଚା ହେଉଛି ବୌଦ୍ଧରୁ ପ୍ରଦୀପ ଅମାତ, ଗଞ୍ଜାମରୁ ଲତିକା ପ୍ରଧାନ, କେନ୍ଦ୍ରାପଡାରୁ ଅତନୁ ସବ୍ୟସାଚ୍ଚୀ ନାୟକ, କେନ୍ଦୁଝରରୁ ବଦ୍ରିନାରାୟଣ ପାତ୍ର, ବାଲେଶ୍ୱରରୁ ଅଶ୍ୱିନୀ ପାତ୍ର, ମୟୂରଭଞ୍ଜରୁ ବାସନ୍ତୀ ହେମ୍ରମ୍ବଙ୍କ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିପାରେ । ସେପଟେ ୨୦୨୪କୁ ଆଖି ଆଗରେ ରଖି ପୂରା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ନୂଆ ମନ୍ତ୍ରିମଣ୍ଡଳରେ ଯୁବକ, ମହିଳା ତଥା ତୃଣମୂଳସ୍ତରରେ ସଂଗଠନ ସହ ଜଡିତ ଥିବା ନେତାଙ୍କୁ ନବୀନ ନିଜ ନୂଆଟିମରେ ସାମିଲ କରିବା ନେଇ ଚର୍ଚ୍ଚା ଜୋରଧରିବାରେ ଲାଗିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts